ସିବିଏସଇ ପରୀକ୍ଷାରେ ଉତ୍ତୀର୍ଣ୍ଣ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ସାଲେପୁର : ସାଲେପୁର ପବ୍ଲିକ ସ୍କୁଲ ତରଫରୁ ଚଳିତ ବର୍ଷ ଅଲ ଇଣ୍ଡିଆ ସେକେଣ୍ଡାରୀ ସ୍କୁଲ ପରୀକ୍ଷା (ସିବିଏସଇ) ୨୦୨୩ରେ ସର୍ବାଧିକ ନମ୍ବର ୯୭.୨% ରଖିଥିବା ଗାର୍ଗୀ ମହାରଣାଙ୍କ ସହ ଛଅ ଜଣ କୃତି ଛାତ୍ରଛାତ୍ରୀ ରୁଦ୍ର ପ୍ରତାପ ପାତ୍ର, ବିରଞ୍ଚି ନାରାୟଣ ଦାଶ, ଋତୁଶ୍ରୀ ଋତୁପୂର୍ଣ୍ଣା, ଶ୍ରେୟାସ ଦାଶ, ତ୍ରିଷ୍ଣକ୍ଷ ମହାନ୍ତି, ଅଭିଲିପ୍ସା ସେନାପତି ଏବଂ ୯୦%ରୁ ଉର୍ଦ୍ଧ୍ବ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ୧୬ ଜଣ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ବିଦ୍ୟାଳୟର ଅଧକ୍ଷା ଡ. ଜୟନ୍ତୀ ମିଶ୍ରଙ୍କ ନେତୃତ୍ୱରେ ସାଲେପୁର ନିକଟସ୍ଥ ଶାନ୍ତି ପ୍ୟାଲେସ ମଣ୍ଡପରେ ଏହି ସମ୍ବର୍ଦ୍ଧନା ସଭା ଆୟୋଜିତ କରାଯାଇଥିଲା । ବିଦ୍ୟାଳୟକୁ ସଫଳତାର ଶୀର୍ଷରେ ପହଞ୍ଚାଇଥିବା କୃତି ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜବାହାରଲାଲ ନେହୁର ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ ପଲ୍ଳଭ ଚକ୍ରବର୍ତ୍ତୀ, ମୁଖ୍ୟ ବକ୍ତା ଭାବେ ସାଲେପୁର ପବ୍ଲିକ ସ୍କୁଲର ସଭାପତି ବିଷ୍ଣୁ ଚରଣ ପାତ୍ର ଓ ଚେୟାରମ୍ୟାନ ଦିଲ୍ଲୀପ କୁମାର ବରାଳ ପ୍ରମୁଖ ଯୋଗ ଦେଇଥିଲେ । ବିଦ୍ୟାଳୟ କମିଟିର ସମସ୍ତ ସଦସ୍ୟ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ସହଯୋଗରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ବିଦ୍ୟାଳୟର ମୋଟ ୯୯.୯% ଛାତ୍ରଛାତ୍ରୀ ସିବିଏସ୍ଇ ୨୦୨୩ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବାରୁ ବିଦ୍ୟାଳୟ ତରଫରୁ ସମସ୍ତଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି ।

ରିପୋର୍ଟ : ସାଲେପୁରରୁ ଅଭୟ ଜେନା