ବସ୍ ଉପରକୁ ଗୁଳିମାଡ …

କୋରାପୁଟ : କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ନିକଟରେ ଏକ ସରକାରୀ ବସ୍ ଉପରକୁ ଗୁଳିମାଡ଼ । ବୈପାରିଗୁଡା ଥାନାଠାରୁ ମାତ୍ର ୧୦୦ ମିଟର ଦୂରରେ ଘଟିଛି ଘଟଣା । ଗତକାଲି ରାତିରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (OSRTC)ର ଏସି ଡିଲକ୍ସ ବସ୍ଟି ଚିତ୍ରକୋଣ୍ଡାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବାବେଳେ ବସ୍ ଉପରକୁ ଗୁଳି ମାଡ଼ ହୋଇଥିଲା ।

ଗୁଳି ବସ୍ର ଗୋଟିଏ ପାର୍ଶ୍ୱର ଝରକାରେ ବାଜି ଛିଦ୍ର ହୋଇଥିବା ଦେଖିବାକୁ ମିଳିଛି । ଗୁଳିମାଡ ପରେ ପ୍ରଥମେ ଯାତ୍ରୀମାନେ ଭାବିଥିଲେ ଯେ କେହି ପଥର ମାଡ଼ କରିଛି । କିନ୍ତୁ ପରେ ଗୁଳିମାଡ଼ ହୋଇଥିବା ଜାଣି ଭୟଭିତ ହୋଇଥିଲେ । ଏ ନେଇ ବୈପାରୀଗୁଡ଼ା ପୋଲିସ ଘଟଣାର ଛାନଭିନ୍ ଜାରି ରଖିଛି ।

ତେବେ କିଏ ଓ କାହିଁକି ଗୁଳି ଚଳାଇଲା, ତାହା ଜଣାପଡ଼ି ନାହିଁ । କେହି ବ୍ୟକ୍ତିଗତ ଆକ୍ରୋଶ ରଖି କାହାକୁ ଟାର୍ଗେଟ କରି ଗୁଳି କରିଥିଲେ ନା ଆଉ କିଛି କାରଣ ରହିଛି, ତାହା ସ୍ପଷ୍ଟ ହୋଇନାହିଁ ।
ରିପୋର୍ଟ : କୋରାପୁଟରୁ ସୁନୀଲ ଦାଶ