ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ, ଶିବ କୁମାର ଉପମୁଖ୍ୟମନ୍ତ୍ରୀ

ସରିଲା କଳି । ଚିଣ୍ଡିଲା ବିବାଦ । ଜଣେ ହେବେ ମୁଖ୍ୟମନ୍ତ୍ରୀ, ଆଉ ଜଣେ ଉପମୁଖ୍ୟମନ୍ତ୍ରୀ । ଗତ ୪ ଦିନ ଧରି ଚାଲିଥିବା କର୍ଣ୍ଣାଟକର ହାଇ ପଲଟିକାଲ ଡ୍ରାମାରେ ଯବନିକା ପଡ଼ିଛି ।
ଶେଷରେ ଦଳ ବରିଷ୍ଠ କଂଗ୍ରେସ ନେତା ସିଦ୍ଦରମୈୟାଙ୍କୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦ ଦେବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଡିକେ ଶିବ କୁମାରଙ୍କୁ ଡେପୁଟି ସିଏମ୍ ପଦରେ ଅଭିଷିକ୍ତ କରାଇବା ପାଇଁ ନିଷ୍ପତ୍ତି ନେଇଛି । ଆସନ୍ତା ୨୦ ମଧ୍ୟାହ୍ନ ୧୨ ଟା ୩୦ରେ ବେଙ୍ଗାଲୁରୁରେ ହେବ ଶପଥ ଗ୍ରହଣ ଉତ୍ସବ ।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦ ପାଇଁ ଉଭୟ ଶିବ କୁମାର ଓ ସିଦ୍ଦରମୈୟା ଇଛୁକ ଥିବାବେଳେ ଏ ନେଇ ହାଇକମାଣ୍ଡଙ୍କ ଚିନ୍ତା ବଢ଼ି ଯାଇଥିଲା । ଏହାକୁ ନେଇ ଗତକାଲି ଉଭୟ ନେତା ରାହୁଲ ଗାନ୍ଧି ଓ ମଲ୍ଲିକାର୍ଜୁନ ଖଡଗେଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ଶେଷରେ ଉଭୟଙ୍କ ସହମତିରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି ।