ଓଡିଶା

ଗ୍ଲୋବାଲ୍ ବିଜିନେସ କାର୍ନିଭାଲ୍-୨୦୨୩ ଘୋଷିତ । ଆଇଟି ଆଣ୍ଡ ସଫ୍ଟୱେର, ଏଡୁକେସନ ଆଣ୍ଡ ହେଲଥ୍ ଉପରେ ଅନୁଷ୍ଠିତ ହେବ କର୍ମଶାଳା

ଭୁବନେଶ୍ୱର: ଆସନ୍ତା ୧୯ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଜନତା ମଇଦାନରେ ଗୁପ୍ତା ଇଭେଣ୍ଟସ୍ ମ୍ୟାନେଜମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ “ଗ୍ଲୋବାଲ୍ ବିଜିନେସ କାର୍ନିଭାଲ୍-୨୦୨୩”ର ଘୋଷଣା କରାଯାଇଛି । ଏହି ଅବସରରେ ମ୍ୟାନେଜିଙ୍ଗ୍ ଡାଇରେକ୍ଟର ସୁଜିତ କୁମାର ଗୁପ୍ତା, ଡାଇରେକ୍ଟର ପାୟଲ ଆଚାର୍ଯ୍ୟ ଗୁପ୍ତା ଏବଂ ଗୁପ୍ତା ଇଭେଣ୍ଟସ୍ ମ୍ୟାନେଜମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦିପକ ମହାନ୍ତି, ଆଇଡିଆ କ୍ରିଏସନ ମୁଖ୍ୟ ରଣଜିତ୍ କର୍ମି, ପ୍ରପର୍ଟି ବ୍ରାଣ୍ଡ ନିର୍ଦ୍ଦେଶକ ସଚିନ ସିଂ, ଓପନ୍ କିଚେନ୍ ଆଣ୍ଡ ବାର୍ ଗୌରବ କୁମାର ରାମ ଉପସ୍ଥିତି ଥିଲେ ।

ଗୁପ୍ତା ଇଭେଣ୍ଟସ୍ ମ୍ୟାନେଜମେଣ୍ଟ ଏମ୍ଏସ୍ଏମ୍ଇ ଏବଂ କୋଏର ବୋର୍ଡ ସହିତ ଅନୁବନ୍ଧିତ ହୋଇ କ୍ଷୁଦ୍ର ବ୍ୟବସାୟିକ ଅନୁଷ୍ଠାନ ପାଇଁ ସରକାରୀ ରିହାତିର ବ୍ୟବସ୍ଥା ରହିଛି । ଏହି ପ୍ରଦର୍ଶନୀରେ ୨୦ଟି ରାଜ୍ୟ ଏବଂ ୮ଟି ଦେଶର ପ୍ରତିନିଧିମାନେ ଅଂଶ ଗ୍ରହଣ କରିବେ । ଏଠାରେ ବିଭିନ୍ନ ପ୍ରକାର ଏକ୍ସପୋମାନ ଯଥାକ୍ରମେ ପ୍ରପର୍ଟି ବ୍ରାଣ୍ଡ ଏକ୍ସପୋ, ଫର୍ଣ୍ଣିଚର ଆଣ୍ଡ ଇଣ୍ଟେରିଅର୍, ଗ୍ଲୋବାଲ ଏଡୁକେସନ, ଆଇଟି ଆଣ୍ଡ ସଫ୍ଟୱେର, ଫ୍ୟାସନ ଆଣ୍ଡ ଲାଇଫ୍ ଷ୍ଟାଇଲ୍, ହେଲଥ୍ ଆଣ୍ଡ ୱେଲ୍ଲନେସ୍, ସ୍ୱଦେଶୀ, ଅଟୋ ଏକ୍ସପୋ ସହିତ ସମସ୍ତ ଜାତୀୟ ଏବଂ ଅନ୍ତର୍ଜାତୀୟ ଉତ୍ପାଦମାନ ମିଳିବ । ଏଥି ସହିତ ସମସ୍ତ ପ୍ରକାର ଭାରତୀୟ ହସ୍ତତନ୍ତ ହସ୍ତଶିଳ୍ପ ଏବଂ ଗୃହ ସାଜସଜା ଉତ୍ପାଦମାନ ମଧ୍ୟ ପ୍ରଦର୍ଶିତ ହେବ ।

ବହୁ ଚର୍ଚ୍ଚିତ ହୋଟେଲ ଏବଂ ରେଷ୍ଟୁରାଣ୍ଟସ୍ ସହ ମିଳିତ ଭାବେ ଫୁଡ୍ ଫେଷ୍ଟିଭାଲର ଆୟୋଜନ ହେବ । ଏହି ସବୁ ମଧ୍ୟରୁ ଆଇଟି ଆଣ୍ଡ ସଫ୍ଟୱେର, ଏଡୁକେସନ ଆଣ୍ଡ ହେଲଥ୍ ଉପରେ ରାଜ୍ୟ ତଥା ରାଜ୍ୟ ବାହାରର ବକ୍ତାମାନଙ୍କୁ ନେଇ ଆଲୋଚନା ଚକ୍ର ଓ କର୍ମଶାଳା ଅନୁଷ୍ଠିତ ହେବ । ପ୍ରତିଦିନ ସନ୍ଧ୍ୟାରେ ଉପସ୍ଥିତ ଜନତାଙ୍କୁ ଆକର୍ଷିତ କରିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରିବା ସହିତ ଓପନ୍ କିଚେନ୍ ଆଣ୍ଡ ବାର୍ ଦ୍ୱାରା ଏକ ଫୁଡ୍ ଜୋନର ବ୍ୟବସ୍ଥା କରାଯାଇଛି ଯାହା ଦ୍ୱାରା ସମସ୍ତେ ସ୍ୱାଦିଷ୍ଟ ଏବଂ ସୁସ୍ଥକର ଖାଦ୍ୟ ଉପଭୋଗ କରିପାରିବେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା