ଉନ୍ମୋଚିତ ହେଲା ପୁସ୍ତକ “ଜୀବନ ସଉଦା”

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡିଆରେ ସାମାଜିକ କର୍ମୀ ମୁରଲୀଧର ରଥଙ୍କ ଜୀବନୀ ଉପରେ ଲିଖିତ ପୁସ୍ତକ “ଜୀବନ ସଉଦା” ଉନ୍ମୋଚିତ ହୋଇଯାଇଛି ।

ଡ଼ ଗୋବିନ୍ଦ ଚନ୍ଦ୍ର ଭୂଇାଁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ, ନଟବର ବାରିକ ପ୍ରମୁଖ ଯୋଗ ଦେଇ ଶ୍ରୀ ରଥଙ୍କ କର୍ମମୟ ଜୀବନୀ ଉପରେ ଜ୍ଞାନରଞ୍ଜନ ମହାନ୍ତିଙ୍କ ଦ୍ଵାରା ଲିଖିତ ପୁସ୍ତକ ଉନ୍ମୋଚନ କରିଥିଲେ । ପରେ ବିଶିଷ୍ଟ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ଜଗନ୍ନାଥଙ୍କ 32 ବେଶର ପ୍ରଦର୍ଶନ କରାଯାଇଥିଲା । ଶେଷରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ରିପୋର୍ଟ : ଜଗତସିଂହପୁରରୁ ରୀତା ସାହୁ