ଓଡିଶା

ମାତ୍ର ୧୦ ହଜାର ଟଙ୍କା ଖର୍ଚ୍ଚ କରି ବିମାନରେ ଯିବେ ଭୁବନେଶ୍ବରୁ ଦୁବାଇ

ଭୁବନେଶ୍ବରରୁ ଦୁବାଇ ଯିବାକୁ ହେଲେ ଆଉ ହଇରାଣ ହେବାକୁ ପଡିବନି । କାରଣ ଡାଇରେକ୍ଟ ଭୁବନେଶ୍ୱରରୁ ଦୁବାଇକୁ ଉଡ଼ିବ ବିମାନ । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ଆଜି ସନ୍ଧ୍ୟା ୬ଟା ୩୦ରେ ଭୁବନେଶ୍ୱରରୁ ଦୁବାଇକୁ ବିମାନ ସେବା ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ । ଇଣ୍ଡିଗୋ ବିମାନ ସେବା କମ୍ପାନୀ ପକ୍ଷରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଦୁବାଇ ବିମାନ ବନ୍ଦରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ ।

ପ୍ରଥମ ଦିନରେ ଦୁବାଇ ଯିବାକୁ ସମସ୍ତ ଟିକେଟ ବୁକିଂ ହୋଇଯାଇଥିବା ସୂଚନା ମିଳିଛି । ଏଥିପାଇଁ ଟିକେଟର ମୂଲ୍ୟ ରହିଛି ୧୦ ହଜାର ଟଙ୍କା । ତେବେ ଯିବା ଆସିବା ଉଭୟ ପାଇଁ ଟିକେଟର ମୂଲ୍ୟ ୨୦ ହଜାର ଟଙ୍କା ରଖାଯାଇଛି । ସପ୍ତାହକ ମଧ୍ୟରେ ୩ ଦିନ ଅର୍ଥାତ୍  ସୋମବାର, ବୁଧବାର ଓ ଶୁକ୍ରବାର ଦୁବାଇକୁ ବିମାନ ଉଡାଣ କରିବ ।

ଓଡ଼ିଶାରୁ ଅଧିକ ଲୋକ କମ୍‌ ମୂଲ୍ୟରେ ବିଦେଶ ଭ୍ରମଣର ସୁଯୋଗ ପାଇବା ସହ ବାଣିଜ୍ୟ ଓ ପରିବହନ ଦିଗରେ ଉନ୍ନତି ଆଣିବା ଉଦ୍ଦେଶ୍ୟ ନେଇ ମୁଖ୍ୟମନ୍ତ୍ରୀ ଟିକେଟ୍ ମୂଲ୍ୟ ଧାର୍ଯ୍ୟ କରିଛନ୍ତି । ଦୁବାଇ ଓ ଭୁବନେଶ୍ୱର ମଧ୍ୟରେ ସିଧାସଳଖ ବିମାନ ସେବା ଫଳରେ ପର୍ଯ୍ୟଟନ କ୍ଷେତ୍ରକୁ ସମୃଦ୍ଧ କରିବା ସହ ନିଯୁକ୍ତିରେ ମଧ୍ୟ ସହାୟକ ହେବ । ସେହିଭଳି ଆଇଟି ଓ ମାନୁଫାକଚରିଂ ଭଳି କ୍ଷେତ୍ର ଅଧିକ ଲାଭବାନ ହେବା ସହ ଓଡ଼ିଶା ପାଇଁ ନୂଆ ସମ୍ଭାବନା ଆଣିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା