ଓଡିଶା ଟ୍ରେଣ୍ଟିଂ

ମା’ଙ୍କ ପାଇଁ ଦିନଟିଏ ନୁହେଁ ବରଂ ମା’ଙ୍କ ପାଇଁ ହୃଦୟଟିଏ …

ମା’….. ତୋ ପାଇଁ କ’ଣ ଲେଖିବି । ଆଜି ହେଉଛି ମାତୃତ୍ୱ ଦିବସ । ମା ପାଇଁ ଦିନଟିଏ, ଟ୍ୟାଗ୍ ଲାଇନ ଦେଇ ଅନେକ ଲୋକ ଅନେକ କିଛି ଲେଖି ସାରିଲେଣି । ଏତେ ସବୁ ଲେଖା ଭିତରେ ମୁଁ ଆଉ ଅଧିକା କଣଟା ବା ଲେଖିବି । ଆଉ ଏମିିତିରେ ବି ମା’ ଶବ୍ଦର ଗଭୀରତାକୁ ବୁଝିବା ପାଇଁ ମୁଁ ଏତେ ବଡବି ହୋଇନି ।
ମା’ ହେଉଛି ସମର୍ପଣ, ତ୍ୟାଗର ମୂର୍ତ୍ତି । ଦୁନିଆର ସବୁଠାରୁ ବଡ ଯୋଦ୍ଧା ହେଉଛି ମା’ । କେତେବେଳେ ସେ କରୁଣାମୟ ତ ଆଉ କେତେବେଳେ ସ୍ନେହମୟୀ । ପ୍ରତି କ୍ଷଣ ପ୍ରତି ମୂହୂର୍ତ୍ତ ମା’ଟିଏ ତା ସନ୍ତାନ ପାଇଁ ତତ୍ପର ରହିଥାଏ । ନିଜ ଇଚ୍ଛା ନିଜ ଦୁଃଖ ଏପରିକି ନିଜ ମନର ଭାବନାକୁ ଯିଏ ତୁଚ୍ଛ ମଣି କେବଳ ସନ୍ତାନ ପାଇଁ ତତ୍ପର ରୁହେ ସେ ହେଲା ମା’ । ହେଲେ ଏତେ ସବୁ ଭିତରେ ଆମେ ଭୁଲିଯାଉ ଯେ, ମା’ ବି ଗୋଟେ ମଣିଷ । ମା’ର ଗୋଟେ ମନ ଅଛି । ଆଉ ଯେତେବେଳେ ସେହି ମା’ ନିଜ ପାଇଁ କିଛି କରିବସେ, ଆମେ ହେଉଛେ ସେହି ମଣିଷ ଯିଏ ନିଜର ପ୍ରତ୍ୟେକ ବାକ୍ୟରୁ ଓହରି ସେହି ମା’କୁ ନିନ୍ଦା କରୁ । ମା’ କଣ କେବଳ ଆମ ମନର କଳ୍ପନା ? …
ନା… । ମା’ କେବେ ହେଲେ କାହାର କଳ୍ପନା ହୋଇନପାରେ । ମା’ ତ ଏ ସମସ୍ତଙ୍କଠାରୁ ଉଦ୍ଧ୍ୱର୍ରେ ।
ମା’ ପାଖରେ ଅଳି ନ କଲେ ପିଲାର ମନ ବୁଝେନା । ଆଉ ସେହି ମା’ ଯେତେବେଳେ ବୃଦ୍ଧ ବୟସରେ ପିଲା ପାଖରେ ଅଳି କରେ, ଆମେ କ’ଣ କରୁ… ।
କୁନି କୁନି ପାଦରେ ପିଲା ଯେତେବେଳେ ଚାଲୁ ଚାଲୁ ପଡିଯାଇ ଖଣ୍ଡିଆ ଖାବରା ହେଇଯାଏ, ଓହଃ ମା’ ଆଖିରୁ ଲୁହ ଝରିଆସେ । ଆଉ ସେହି ବୃଦ୍ଧ ବୟସରେ ମା’ ଯେତେବେଳେ ବିଛଣାରେ ପଡି ଛଟପଟ ହୁଏ ଆମେ କ’ଣ କରୁ… ।
ଛୁଆଟିଏ ଯେତେବେଳେ ପ୍ରଥମ ଥର ମା ହାତ ଧରି ଶିକ୍ଷା ଗ୍ରହଣ କରିବାକୁ ବିଦ୍ୟାଳୟ ଯାଏ, ପିଲା ମନରୁ ଭୟ ଦୂର କରିବା ପାଇଁ ମା’ ସାଥିରେ ଥାଏ । ସେତେବେଳେ ମା’ କେତେ ଯେ ଠାକୁରଙ୍କୁ ଡାକେ ତାହାର କଳ୍ପନା କେହି କରିପାରିବେନି । ଆଉ ସେହି ମା’ ଯେତେବେଳେ ରୋଗାଗ୍ରସ୍ତ ହୋଇ ହସ୍ପିଟାଲ ବେଡକୁ ଯିବାବେଳେ ଡରୁଥାଏ, ସେତେବେଳେ ଆମ କ’ଣ କରୁ… ।
କିଶୋର ଅବସ୍ଥାରେ ଆମେ କେତେ ମା’ ସହ କଳି-ଅଳି କରୁ ତାର ହିସାବ ଆମ ପାଖରେ ନ ଥାଏ । ଏମିତିକି ମା’ ସହ ଝଗଡା ନ କଲେ ଯେମିତି ଆମ ଭାତ ହଜମ ହୁଏ ନାହିଁ । ଆଉ ବୃଦ୍ଧ ବୟସରେ ମା’ ଯଦି କିଛି କହିପକାଏ, ଆମେ ସେତେବେଳେ ବିରକ୍ତ ହୋଇ କ’ଣ କରୁ… ।
ସମୟ ପରିବର୍ତ୍ତନଶୀଳ । ଆମେ କାହାର ଭାବନାକୁ କ୍ଷତ ପହଞ୍ଚାଇବାକୁ ଚାହୁଁ ନାହୁଁ । କିନ୍ତୁ ପାଶ୍ଚାତ ସଭ୍ୟତାକୁ ଆପଣାଇ ଆମେ ଏହି ଗୋଟିଏ ଦିନ ମା’ଙ୍କୁ ମନେ ପକାଇବା ବି ଠିକ୍ ଭାବୁ ନାହିଁ । କାରଣ ମା’ ଭାବନା ନୁହେଁ ଆମ ଜୀବନର ଅସ୍ତିତ୍ୱ । ଆମ ପରିଚୟ ହେଉଛନ୍ତି ଆମ ମା’ ।
ମା’ଙ୍କ ପାଇଁ ଦିନଟିଏ ନୁହେଁ ବରଂ ମା’ଙ୍କ ପାଇଁ ହୃଦୟଟିଏ ହେବା ଆବଶ୍ୟକ । କାରଣ ଆଜି ଆମେ ମା’ ପାଖରେ ଛୁଆ । କାଲି ଆମ ଛୁଆ ପାଖରେ ଆମେ ହେବା ମା’ । ତେଣୁ ଆମେ ଯାହା କରିବା ତାହାର ପ୍ରଭାବ ଭବିଷ୍ୟତ ପିଢି ପାଇଁ ନିଶ୍ଚୟ ଫଳପ୍ରଦ ହେବ ।
ଫ୍ରି ଟୁ ସ୍ପିକ୍ ପରିବାର ପକ୍ଷରୁ ସମସ୍ତ ମା’ଙ୍କୁ ସମ୍ମାନ ଜଣାଇବା ଉଦେ୍ଦଶ୍ୟରେ ହୃଦୟରୁ ମାତୃତ୍ୱକୁ ଧନ୍ୟବାଦ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା