ଦେଶ ବିଦେଶ

୫ଟି ପ୍ରତିଶ୍ରୁତି ବଳରେ କର୍ଣ୍ଣାଟକ ହାତେଇଛି କଂଗ୍ରେସ

ଦୀର୍ଘଦିନ ପରେ କର୍ଣ୍ଣାଟକରେ କଂଗ୍ରେସ ଗଢିବାକୁ ଯାଉଛି ସରକାର । କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳରେ ଏଥରେ କଂଗ୍ରେସକୁ ସ୍ପଷ୍ଟ ବହୁମତ ମିଳୁଥିବା ଦେଖିବାକୁ ମିଳୁଛି । ଦକ୍ଷିଣ ଭାରତର ଏହି ରାଜ୍ୟରେ କଂଗ୍ରେସକୁ ବଡ ବିଜୟ ମିଳିବା ପରେ ଦଳର ନେତା ରାହୁଲ ଗାନ୍ଧୀ ଆଜି ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି କର୍ଣ୍ଣାଟକ ବିଜୟକୁ ପାଇଁ ଧନ୍ୟବାଦ ଜଣାଇଛନ୍ତି ।

ଏହା ସହ ସେ କହିଛନ୍ତି ଯେ, ରାଜ୍ୟରେ ସେହ୍ନର ବିଜୟ ହୋଇଛି ଏବଂ ଘୃଣାର ପରାଜୟ ହୋଇଛି । ସରକାର ଗଠନ ପରେ ପ୍ରଥମ ବୈଠକରେ କଂଗ୍ରେସ ରାଜ୍ୟବାସୀଙ୍କୁ ଦେଇଥିବା ସେହି ୫ଟି ପ୍ରତିଶ୍ରୁତି ପୂରଣ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି ।

ପ୍ରଥମତଃ କଂଗ୍ରେସ କର୍ଣ୍ଣାଟକବାସୀଙ୍କ ମାଗଣା ବିଜୁଳିର ପ୍ରତିଶ୍ରୁତି ଦେଇଥିଲା । ପ୍ରତି ପରିବାରକୁ ଗୃହ ଜ୍ୟୋତି ଯୋଜନାରେ ମାସିକ ୨୦୦ ୟୁନିଟ୍ ବିଜୁଳି ମାଗଣା ଯୋଗାଇ ଦିଆଯିବ । ମହିଳା ମାନଙ୍କ ପାଇଁ ଗୃହ ଲକ୍ଷ୍ମୀ ଯୋଜନାରେ ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ୨୦୦୦ ଟଙ୍କାର ସହାୟତା ଯୋଗାଇ ଦିଆଯିବ । ଅନ୍ନ ଭାଗ୍ୟ ଯୋଜନାରେ ପ୍ରତି ବିପିଏଲ ପରିବାରକୁ ମାସିକ ୧୦ କେଜି ଖାଦ୍ୟଶସ୍ୟ ଯୋଗାଇ ଦିଆଯିବ । ସେହିଭଳି ଯୁବ ନିଧି ଯୋଜନାରେ ପ୍ରତି ବେକାରୀଙ୍କୁ ମାସିକ ୩ ହଜାର ଟଙ୍କାର ଆର୍ଥିକ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଛି କଂଗ୍ରେସ । ଏହା ସହ କର୍ମୀଜୀବି ମହିଳାମାନଙ୍କ ଯାତାୟତ ପାଇଁ କଂଗ୍ରେସ ଶକ୍ତି ଯୋଜନାରେ ସରକାରୀ ନିଗମ ବସରେ ମାଗଣାରେ ଯାତ୍ରା କରିବା ପାଇଁ ପ୍ରତିଶ୍ରୁତି ଦେଇଛି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି
ଦେଶ ବିଦେଶ

କର୍ଣ୍ଣାଟକରେ ଓମିକ୍ରନ୍ ଭୟ: ମଲ୍, ସିନେମା ହଲ୍ ପରିଦର୍ଶନ ପାଇଁ ଦୁଇଟି ଡୋଜ୍ ଜରୁରୀ | ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂତନ ନିୟମ |

କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ମଲ, ପ୍ରେକ୍ଷାଳୟ ଏବଂ ସିନେମା ହଲ ପାଇଁ ବାଧ୍ୟତାମୂଳକ କରିଛନ୍ତି ଯେ କେବଳ ସେହି ପରିଦର୍ଶକଙ୍କୁ କୋଭିଡ -19 ଟିକା ନେଇଛନ୍ତି।