ଓଡିଶା

ପ୍ରକାଶ ପାଇଲା ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ

ପ୍ରକାଶ ପାଇଲା ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ସିବିଏସଇ ଦଶମ ପାସ ହାର ୯୩.୧୨% ରହିଛି । ଭୁବନେଶ୍ୱର ରିଜିଅନ ପାସ୍ ହାର ୯୩.୬୪% ରହିଛି । ତ୍ରିବେନ୍ଦ୍ରମ୍ ରିଜିଅନ ୯୯.୬୮% ସହ ଶୀର୍ଷରେ ରହିଛି । ଚଳିତ ବର୍ଷ ମୋଟ ୨୧ଲକ୍ଷ ୮୪ ହଜାର୧୧୭ ଜଣ ଶିକ୍ଷାର୍ଥୀ ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୨୧ ଲକ୍ଷ ୬୫ ହଜାର ୮୦୫ ଜଣ ପରୀକ୍ଷା ଦେଇଥିଲେ । ପରୀକ୍ଷା ଦେଇଥିବା ପିଲାଙ୍କ ମଧ୍ୟରୁ ୨୦ ଲକ୍ଷ ୧୬ ହଜାର ୭୭୯ ଜଣ ପାସ୍‌ କରିଛନ୍ତି ।

ସେପଟେ, ପ୍ରକାଶ ପାଇଛି ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ । ମୋଟ ୮୭.୩୩% ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଚଳିତ ବର୍ଷ ମୋଟ ୧୬ ଲକ୍ଷ ୯୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥିରେ ୯ ଲକ୍ଷ ୫୧ ଛାତ୍ରଛାତ୍ରୀ ଛାତ୍ର ଏବଂ ୭ ଲକ୍ଷ ୪୦ ହଜାର ଛାତ୍ରୀ ଥିଲେ ।

ସବୁଥର ଭଳି ଏଥର ମଧ୍ୟ ଦଶମରେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍‌ ହାର ଅଧିକ ରହିଛି । ଛାତ୍ରୀଙ୍କ ପାସ୍‌ ହାର ୯୪.୨୫% ରହିଥିବା ବେଳେ ଛାତ୍ରଙ୍କ ପାସ ହାର ୯୨.୨୭% ଓ ଟ୍ରାନ୍ସଜେଣ୍ଡର ଶିକ୍ଷାର୍ଥୀଙ୍କ ପାସ୍‌ ହାର ୯୦% ରହିଛି । ତେବେ ୨୦୨୨ ତୁଳନାରେ ଏଥର ସିବିଏସ୍‌ଇ ୧୦ ପାସ୍‌ ହାର କମ ରହିଛି । ୨୦୨୨ରେ ପାସ୍‌ ହାର ୯୪.୪୦% ରହିଥିଲା । ୨୦୨୧ରେ ଏହା ୯୯.୦୪%, ୨୦୨୦ରେ ୯୧.୪୬% ଓ ୨୦୧୯ରେ ୯୧.୧୦% ରହିଥିଲେ ।

ସେହିପରି ଗତବର୍ଷ ସିବିଏସ୍‌ଇ ଦ୍ୱାଦଶର ୯୪% ଛାତ୍ରୀ ପାସ୍‌ କରିଥିବା ବେଳେ ଚଳିତ ବର୍ଷ ଏହା ୯୦.୮%ରେ ସୀମିତ ରହିଛି । ଚଳିତ ବର୍ଷ ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଥିରୁଅନନ୍ତପୁର ଜୋନ୍‌ ୯୯.୯୯% ସ୍କୋର କରି ସବୁଠୁ ଆଗରେ ରହିଛି । ଜବାହର ନବୋଦୟ ବିଦ୍ୟାଳୟ ୯୭%ରୁ ଅଧିକ ରେଜଲ୍ଟ ଆଣି ସବୁଠୁ ଭଲ ପ୍ରଦର୍ଶନ କରିଥିବା ସ୍କୁଲ ତାଲିକାରେ ଆଗରେ ରହିଛି ।

ଗତ ଫେବ୍ରୁଆରୀ ୧୫ରୁ ଏପ୍ରିଲ ୫ ତାରିଖ ମଧ୍ୟରେ ପରୀକ୍ଷା କରଯାଇଥିଲା । ୩୬ ଦିନରେ ୧୧୫ ଟି ବିଷୟରେ ପରୀକ୍ଷା କରାଯାଇଥିଲା । ଏନେଇ ସିବିଏସଇ ପକ୍ଷରୁ ସୂଚନା ଦିଆଯାଇଛି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା