ପୋଲିସ କ୍ୟାମ୍ପରେ ସନ୍ଦହଜନକ ଅବସ୍ଥାରେ ମିଳିଲେ ପୋଲିସ କର୍ମଚାରୀ

ସାଲେପୁର: ଡ୍ୟୁଟି କରିବାକୁ ଆସି ଜଣେ ପୋଲିସ କର୍ମଚାରୀଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ମୃତ କନଷ୍ଟେବଳ ହେଲେ ଶ୍ରୀନିବାସ ରାଉତ । ସେ କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ନିଯୁକ୍ତ ହୋଇଥିଲେ । ଶ୍ରୀନିବାସଙ୍କ ମୃତ୍ୟୁକୁ ନେଇ ପରିବାର ପକ୍ଷରୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଛି ।
ଗତ ତିନି ଦିନ ତଳେ ମାହାଙ୍ଗା ମହୋତ୍ସବକୁ ଡ୍ୟୁଟି କରିବାକୁ ଆସି ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର କ୍ୟାମ୍ପରେ ଥିଲେ । ଆଜି ସକାଳେ ତାଙ୍କୁ ସେଠାରୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପରେ ତାଙ୍କୁ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏପଟେ କନଷ୍ଟେବଳଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନାହାନ୍ତି ତାଙ୍କ ପରିବାର ଲୋକେ । ତାଙ୍କ ମୃତ୍ୟୁର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ମୃତଙ୍କ ପରିବାର ଲୋକେ । ତେବେ ପୋଲିସ ପକ୍ଷରୁ ଏ ନେଇ କୌଣସି ସୂଚନା ମିଳିପାରି ନାହିଁ ।
ରିପୋର୍ଟ: ସାଲେପୁରରୁ ଅଭୟ ଜେନା