ଓଡିଶା

ନେତ୍ରୀ ହେବ ତ ଆମ କବିସୂର୍ଯ୍ୟନିଗର ବିଧାୟିକା ଲତିକା ମ୍ୟାଡମଙ୍କ ପରି ହୁଅ…

ଗଞ୍ଜାମ: ନେତ୍ରୀ ହେବ ତ ଆମ କବିସୂର୍ଯ୍ୟନିଗର ବିଧାୟିକା ଲତିକା ମ୍ୟାଡମଙ୍କ ପରି ହୁଅ । କାରଣ ସେ ହେଉଛନ୍ତି ଆମ ଅଞ୍ଚଳର ଆମ ପରିବାରର ସଦସ୍ୟା । ଆମର ସୁଖ ହେଉ ଅବା ଦୁଃଖ ସବୁବେଳେ ଆମ ସାଥିରେ ରୁହନ୍ତି ଆମ ଲତିକା ମ୍ୟାଡମ । ରାତି ହେଉ ଅବା ଦିନ ଯେତେବେଳେ ଆମର ଦରକାର ପଡେ ଆମ ଲତିକା ଦିଦି ଆମ ପାଖରେ ସବୁବେଳେ ଠିଆ ହୁଅନ୍ତି । ଏ ଦୃଶ୍ୟ ହେଉଛି ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ମର୍ଦକୋଟ ଗ୍ରାମର । ଏହି ଗ୍ରାମର ଜଣେ ବ୍ୟକ୍ତିଙ୍କର ଦୁବାଇରେ ମୃତ୍ୟୁ ହୋଇଥିଲା । ମୃତ ବ୍ୟକ୍ତି ଜଣକ ହେଲେ ମର୍ଦ୍ଦକୋଟ ଛକ ସାହିର ୫୦ ବର୍ଷୀୟ ଧୃବ ଚରଣ ବରାଡ । ସେ ଦୁବାଇର ଏକ ଘରୋଇ ସଂସ୍ଥାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ଗତ ଏପ୍ରିଲ୨୪ ତାରିଖରେ ତାଙ୍କର ହୃଦଘାତ କାରଣରୁ ମୃତ୍ୟୁ ହୋଇଥିଲା ।

ମୃତ ଶରୀରକୁ ନିଜ ଗ୍ରାମକୁ ଫେରାଇ ଆଣିବା ପାଇଁ ମୃତକଙ୍କ ପରିବାର ସ୍ଥାନୀୟ ସରପଞ୍ଚ ସନ୍ତୋଷ କୁମାର ବିଶ୍ୱାଳଙ୍କୁ ନିବେଦନ କରିଥିଲେ । ପରିବାର ଲୋକଙ୍କ ଗୁହାରୀ ନେଇ ସରପଞ୍ଚ ଯାଇଥିଲେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ନିକଟକୁ । ଆଉ ଲତିକା ଦିଦି ଏହି କଥା ଶୁଣିବା ପରେ ତୁରନ୍ତ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ କାର୍ଯ୍ୟ ଆରମ୍ଭ କରିଥିଲେ । ଆଉ ତାଙ୍କ ହସ୍ତକ୍ଷେପ ପରେ ଆଜି ପରିବାର ଲୋକ ନିଜ ଆତ୍ମୀୟଙ୍କ ଶେଷ ଦର୍ଶନ କରିବାର ସୁଯୋଗ ପାଇଛନ୍ତି ।

ବିଧାୟିକା ଓଡିଶା ମୋ ପରିବାର ସହାୟତାରେ ମୃତ ଶରୀରକୁ ଦୁବାଇରୁ ମର୍ଦକୋଟକୁ ଆଣିବାରେ ସଫଳ ହୋଇଛନ୍ତି । ଧ୍ରୁବଙ୍କ ଶେଷ ଦର୍ଶନ ନିମନ୍ତେ ବିଧାୟିକା ନିଜେ ଉପସ୍ଥିତ ରହି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଏହି ସମୟରେ ତାଙ୍କ ସହ ସରପଞ୍ଚ, ବ୍ଲକ ଉପାଧ୍ୟକ୍ଷ ସୁଧାକର ପ୍ରଧାନ, ଆସିକା ସମବାୟ ନିର୍ଦେଶକ ହୃଷିକେଶ ମେହେଣାଙ୍କ ସମେତ ଗ୍ରାମବାସୀ ମୃତ ଶରୀରକୁ ପୁଷ୍ପ ପ୍ରଦାନ କରିବା ସହ ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ । ଏ ନେଇ ପରିବାର ପକ୍ଷରୁ ବିଧାୟିକା ଓ ସରପଞ୍ଚଙ୍କୁ କୃତଜ୍ଞତା ଜଣାଯାଇଛି ।

ସୂଚନା ଅନୁସାରେ, ଧ୍ରୁବ ଦୀର୍ଘ ୮ ବର୍ଷ ଧରି ଦୁବାଇରେ କାର୍ଯ୍ୟରତ ଥିଲେ । ତେବେ ଗତ ବର୍ଷକ ତଳେ ସେ ଝିଅ ବାହାଘର ପାଇଁ ଗାଁକୁ ଆସି ଫେରିଯାଇଥିଲେ ।

ରିପୋର୍ଟ: ବେଗୁନିଆପଡାରୁ ବାପୁନି କୁମାର ମାଲୁ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା