ଓଡିଶା

ଲେଡିଜ ହଷ୍ଟେଲରେ ଦୁର୍ବୁତ୍ତଙ୍କ ଗୁଣ୍ଡାରାଜ୍ । ମହିଳାଙ୍କ ସୁରକ୍ଷା ପାଇଁ ଦାୟୀ କିଏ ?

ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ): ରାଜଧାନୀର ଛାତିରେ ଥିବା ଲେଡିଜ ହଷ୍ଟେଲକୁ ଧସେଇ ପଶିଲେ ଦୁର୍ବୁତ୍ତ । ନୟାପଲ୍ଲୀ ଥାନାଠାରୁ ମାତ୍ର ୫୦୦ ମିଟର ଦୂରତା ଥିବା ଉଗ୍ରତାରା ଲେଡିଜ ହଷ୍ଟେଲରେ ଦୀର୍ଘ ସମୟ ଧରି ଆତଙ୍କ ଖେଳାଇଥିଲେ ଆତଙ୍କୀ । ହଷ୍ଟେଲ ମାଲିକାଣି ଲୀଲାବତୀଙ୍କୁ ନିର୍ଧୁମ ଛେଚିବା ସହ ହଷ୍ଟେଲର ବହୁ ଆସବାବପତ୍ର ନଷ୍ଟ କରିଥିଲେ ଦୁର୍ବୁତ୍ତ । ଏପରିକି ହଷ୍ଟେଲ ଅନ୍ତେବାସୀଙ୍କୁ ମଧ୍ୟ ଅସଦାଚାରଣ କରିବା ସହ ଆକ୍ରମଣ ହୋଇଥିବା ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଛି ।

ରାଜଧାନୀରେ ଦୁର୍ବୁତ୍ତଙ୍କ ଗୁଣ୍ଡାରାଜ୍ ଘଟଣା ନୂଆ ନୁହେଁ । ଭୁବନେଶ୍ବରରେ ବିଶେଷ କରି ନୟାପଲ୍ଲୀରେ ମହିଳାଙ୍କ ପାଇଁ ଅନେକ ଲେଡିଜ ହଷ୍ଟେଲ ଗଢି ଉଠିଥିବାବେଳେ ପୋଲିସର କୋହଳ ପେଟ୍ରୋଲିଂ କାରଣରୁ ଉକ୍ତ ଅଞ୍ଚଳରେ ଏଭଳି ଗୁଣ୍ଡାରାଜ୍ ସ୍ଥାନୀୟବାସୀଙ୍କୁ ସହିବାକୁ ପଡୁଛି ବୋଲି ସ୍ଥାନୀୟବାସୀ ଅଭିଯୋଗ କରିଛନ୍ତି । ଏପରିକି ଦୁର୍ବୁତ୍ତମାନେ ପ୍ରତ୍ୟେକ ଦିନ ସେଠାରେ ନିଶାସେବନ କରିବା ସହିତ ସେହି ବାଟ ଦେଇ ଯାଉଥିବା ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ କରନ୍ତି । ଏ ନେଇ ପୂର୍ବରୁ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଅଭାବରୁ ଦୁର୍ବୁତ୍ତମାନେ ଖସିଯାଉଥିବା ନେଇ ଅଭିଯୋଗ ହୋଇଛି । ପୋଲିସର କୋହଳ ମନୋଭାବ ଦୁର୍ବୁତ୍ତଙ୍କ ମନୋବଳ ବୃଦ୍ଧି କରୁଥିବା ଅଭିଯୋଗ କରିଛନ୍ତି ଅନ୍ତେବାସୀ । ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଏବଂ ପୋଲିସ ପ୍ରଶାସନ ପୂର୍ବରୁ ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି । ମାତ୍ର ଏହି ଘଟଣା ଏବେ ମହିଳାଙ୍କ ସୁରକ୍ଷା ପାଇଁ ପ୍ରଣୀତ ଯୋଜନାକୁ ଇଙ୍ଗିତ କରିଛି ।

ସୂଚନା ଅନୁସାରେ, ଗତ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯୁବତୀ ଜଣକ ହଷ୍ଟେଲ ବାହାରେ କଥା ହେଉଥିଲେ । ଏହି ସମୟରେ କିଛି ଦୁର୍ବୁତ୍ତ ସେଠାକୁ ଆସି ତାଙ୍କୁ କମେଣ୍ଟ ମାରିବା ସହ ବହୁ ଅଶ୍ଳୀଳ ଇଙ୍ଗିତ କରିଥିଲେ । ଏହାକୁ ଉକ୍ତ ଯୁବତୀ ପ୍ରତିବାଦ କରିବାରୁ ଦୁର୍ବୁତ୍ତମାନେ ତାଙ୍କୁ ମାଡ ମାରିବା ସହ ହଷ୍ଟେଲ ଭିତରକୁ ଧସେଇ ପଶିଥିଲେ । ଘଟଣାରେ ଦୁର୍ବୁତ୍ତମାନେ ହଷ୍ଟେଲର ଅନେକ ଯୁବତୀଙ୍କୁ ମାଡ ମାରିବା ସହ ସେଠାରେ ଥିବା ସ୍କୁଟି, ଫର୍ଣ୍ଣିଚର, ଟିଭି, ଆକ୍ୱାଗାର୍ଡକୁ ଭାଙ୍ଗି ଚୁରମାର କରିଦେଇଛନ୍ତି । ଏ ନେଇ ଯୁବତୀମାନେ ନୟାପଲ୍ଲୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଗତାକାଲି ରାତିରେ ଘଟଣାସ୍ଥଳକୁ ଯାଇ ଛାନଭିନ କରିଛି । ଏବଂ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

ରାଜଧାନୀରେ ଯଦି ମହିଳା ସୁରକ୍ଷିତ ନାହାନ୍ତି ତେବେ ଏଥିପାଇଁ ଦାୟୀ କିଏ ବୋଲି ପ୍ରଶ୍ନ ଉଠିଛି । ସରକାର ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ଅନେକ ଡିଣ୍ଡିମ ପିଟୁଥିବାବେଳେ ଖୋଦ୍ ରାଜଧାନୀରେ ଏହାକୁ କେତେ ଗୁରୁତ୍ବ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା