୩୨ କେଜି ଗଞ୍ଜେଇ ସହ ନଗଦ ୮୪,୨୦୦/- ଟଙ୍କା ଜବତ

ଜଟଣୀ : ଜଟଣୀ ପୋଲିସକୁ ମିଳିଛି ସଫଳତା । ଚୋରା ଗଞ୍ଜେଇ ଚାଲାଣକାରୀଙ୍କୁ ମାଡି ବସିଲା ପୋଲିସର ସ୍ପେଶାଲ ଟିମ୍ । ଘଟଣା ସ୍ଥଳରୁ ୩୨ କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୬ ଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଛି ପୋଲିସ । ସୂଚନା ଅନୁସାରେ ବିଶେଷ ସୂତ୍ରରୁ ଖବର ପାଇ ଜଟଣୀ ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ଥାନାର ଏକ ସ୍ପେଶାଲ ଟିମ ଜଟଣୀ ଥାନା ଅନ୍ତର୍ଗତ ଖୁଦୁପୁର ଛକରୁ ଆଇଆଇଟି ରାସ୍ତା ମଧ୍ୟରେ ଥିବା ମା ମଙ୍ଗଳ ମନ୍ଦିର ନିକଟରେ ଅତର୍କିତ ଚଢାଉ କରିଥିଲା । ଏଥିରେ ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ୩୨.୬କେଜିର ଗଞ୍ଜେଇ, ୭ଟି ମୋବାଇଲ ଫୋନ, ନଗଦ ୮୪,୨୦୦/- ଟଙ୍କା, ଗୋଟିଏ ଡ୍ରାଇଭିଂ ଲାଇସେନ୍ସ ଏବଂ OD02M9696 ନମ୍ବର ବିଶିଷ୍ଟ ଗୋଟିଏ କାର ଜବତ କରିଛି ।
ଏ ନେଇ ଥାନା ପକ୍ଷରୁ ବେଆଇନ ଗଞ୍ଜେଇ ବିକ୍ରି ଜନିତ ମାମଲା ରୁଜୁ ହେବା ସହିତ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଥିବାବେଳେ ଜନସାଧାରଣ ନିଶା କାରବାର ଜନିତ ସୂଚନା ପ୍ରଦାନ କରିବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ପକ୍ଷରୁ ଏକ ହ୍ଵାଟ୍ସଆପ ନମ୍ବର- ୭୦୭୭୭୯୮୧୧୧ ଜାରି କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଜଟଣୀ ଥାନା ଅଧିକାରୀ ।
ରିପୋର୍ଟ : ଜଟଣୀରୁ ପ୍ରଶାନ୍ତ କୁମାର ସାହୁ