ଶ୍ରୀ ଜଗନ୍ନାଥଙ୍କ ନୂତନ ରଥ ନିର୍ମାଣ ପାଇଁ ରଥ କାଠ ଅନୁକୂଳ

ବେଗୁନିଆପଡା : ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବେଗୁନିଆପଡା ଗ୍ରାମରେ ବିଜେ ଶ୍ରୀ ଜଗନ୍ନାଥଙ୍କ ନୂତନ ରଥ ନିର୍ମାଣ ପାଇଁ ରଥ କାଠ ଅନୁକୂଳ ରତିନିତୀ ଅନୁସାରେ ସମ୍ପନ୍ନ ହୋଇଛି । ପ୍ରଥମେ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରେ ପୂଜାର୍ଚ୍ଚନା କରି ଆଜ୍ଞମାଳକୁ ବାଦ୍ୟବାଜଣା ସହକାରେ ଆଣି କୁମୁଟି ସାହିରେ ରହିଥିବା ରଥ ଖଳାରେ ପହଂଚି ରଥ କାଠକୁ ପ୍ରସନ୍ନ କୁମାର ପଣ୍ଡା ପୂଜାର୍ଚ୍ଚନା କରିବା ପରେ ବିଶ୍ୱର୍କମା ଚକ୍ରଧର ମହାରଣା କାଠକୁ ବାରିସି ମାଧ୍ୟମରେ ଛେଦନ କରି ଶୁଭାରମ୍ଭ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ରଥ କାର୍ଯ୍ୟ ପାଇଁ ନିୟୋଜିତ ସମସ୍ତ ମହାରଣା ଓ ମନ୍ଦିର ପରିଚାଳନା କମିଟିର ସଦସ୍ୟ ଏ.ନିରଞ୍ଜନ ଆଚାରୀ, ଅଦିକନ୍ଦ ପଳତା, ଅଶୋକ କୁମାର ସେନାପତି, କେ.ବାଳାଜୀ ସେନାପତି, ସୂର୍ଯ୍ୟ ନାରାୟଣ ଦାସ, ସୁରେଶ ଚନ୍ଦ୍ର ପ୍ରଧାନ, ସୁରେନ୍ଦ୍ର ନାଥ ସାହୁ, ଅରକ୍ଷିତ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମାର ମାଲୁ