ଓଡିଶା ଦେଶ ବିଦେଶ

ଛତିଶଗଡ଼ରେ ବଡ ଧରଣର ନକ୍ସଲ ହମଲା । ଓଡିଶାର ୩ ଜିଲ୍ଲାରେ ଆଲର୍ଟ ଜାରି

ଛତିଶଗଡ଼ରେ ବଡ ଧରଣର ନକ୍ସଲ ହମଲା । ଦାନ୍ତେୱାଡ଼ାରେ ହୋଇଛି ବଡ଼ ହମଲା । ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ଜିଲ୍ଲା ସଂରକ୍ଷଣ ଗାର୍ଡର ୧୦ ଜଣ ଯବାନ ଓ ଜଣେ ଡ୍ରାଇଭର ସହିଦ ହୋଇଛନ୍ତି । ମଳିଥିବା ସୂଚନା ଅନୁସାରେ, ଦାନ୍ତେୱାଡାର ଅରନପୁର କ୍ଷେତ୍ରରେ କିଛି ନକ୍ସଲ ଲୁଚି ରହିଥିବା ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଗୋଟିଏ ଗାଡ଼ିରେ ୧୦ ଜଣ ଡିଆରଜି ଯବାନ ଅପରେସନରେ ବାହାରିଥିଲେ । ସେମାନେ ନକ୍ସଲ ବିରୋଧୀ ଅପରେସନରୁ ଅପରାହ୍ନ ସମୟରେ ଫେରୁଥିବା ବେଳେ ଆଇଡି ବିସ୍ଫୋରଣରେ ସହିଦ ହୋଇଛନ୍ତି ।

ଛତିଶଗଡ଼ ସରକାର ସହିଦ ଯବାନ ଓ ପ୍ରାଣ ହରାଇଥିବା ଡ୍ରାଇଭରଙ୍କ ନାଁ ମଧ୍ୟ ସାର୍ବଜନୀନ କରିଛନ୍ତି । ସହିଦ ଯବାନମାନେ ହେଲେ ଜଗା ସୋଡି, ମୁନ୍ନାରାମ କଡତି, ସନ୍ତୋଷ ତାମୋ, ଦୁଲଗି ମଣ୍ଡାବି, ଲଖମୁ ମଡକାମ, ଜଗା କବାସୀ, ହରିରାମ ମଣ୍ଡାବି, ରାଜୁରାମ କରତମ, ଜୟରାମ ପୋଡିୟାମ, ଜଗଦୀଶ କବାସୀ ଏବଂ ମୃତ ଡ୍ରାଇଭର ଜଣଙ୍କ ହେଲେ ଧନୀରାମ ଯାଦବ ।

ଅପରପକ୍ଷେ ଛତିଶଗଡ଼ରେ ନକ୍ସଲ ହମଲା ପରେ ଓଡ଼ିଶାରେ ହାଇଆଲର୍ଟ ଜାରି ହୋଇଛି । ଛତିଶଗଡ଼ ସୀମାକୁ ଲାଗିଥିବା ଓଡିଶାର ୩ ଜିଲ୍ଲାକୁ ଆଲର୍ଟ ଜାରି କରିଛନ୍ତି ରାଜ୍ୟ ସରକାର । ଓଡ଼ିଶାର ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଆଲର୍ଟ ରହିବା ସହିତ କମ୍ବିଂ ଅପରେସନ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଆକ୍ରମଣ ପରେ ନକ୍ସଲଙ୍କୁ ଚାରି ପଟରୁ ଘେରି ଅପରେସନ ଆରମ୍ଭ ହୋଇଛି । ଉଭୟ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଆକ୍ରମଣକୁ ଛତିଶଗଡ ମୁଖ୍ୟମନ୍ତ୍ରୀ କଡା ନିନ୍ଦା କରିବା ସହ କାହାକୁ ଛଡାଯିବନି ବୋଲି କହିଛନ୍ତି । ଏହାସହ ସହିଦ ଯବାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ।

ସେହିପରି ନକ୍ସଲ ହମଲା ପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମୁଖ୍ୟମନ୍ତ୍ରୀ ବାଘେଲଙ୍କ ସହ ଫୋନ ଯୋଗେ ମଧ୍ୟ କଥା ହୋଇଛନ୍ତି । ସେ ସ୍ଥିତିର ସମୀକ୍ଷା କରିବା ସହ କେନ୍ଦ୍ର ପକ୍ଷରୁ ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା