ଓଡିଶା କଳା ସଂସ୍କୃତି

ଉଦଘାଟିତ ହୋଇଛି ବିରୂପା ମହୋତ୍ସବ

ସାଲେପୁର : ଚଳିତ ବର୍ଷ ବେଶ ଉତ୍ସାହର ସହ ଉଦଘାଟିତ ହୋଇଛି ବିରୂପା ମହୋତ୍ସବ । ଏଥିପାଇଁ ଚଳଚଂଚଳ ହୋଇ ଉଠିଛି ଗୋପୀନାଥପୁର ସମେତ ଏହା ପାର୍ଶ୍ୱବର୍ତ୍ତୀ ଅଞ୍ଚଳ । ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ବିଭାଗ ଓଡିଶା ସହଯୋଗରେ ଆୟୋଜିତ କଟକ ଜିଲ୍ଲା ସାଲେପୁର ବ୍ଲକ୍ ଗୋପୀନାଥପୁର ୧୧ ତମ ବିରୂପା ମହୋତ୍ସବର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ୫ ଦିନ ଧରି ଅନୁଷ୍ଠିତ ହେବ । ଆଞ୍ଚଳିକ, ସାମାଜିକ ଓ ସାଂସ୍କୃତିକ ଉନ୍ନୟନ ଟ୍ରଷ୍ଟ ଓ ବିଜୟାନନ୍ଦ ଯୁବ ପରିଷଦ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ସମାଜସେବୀ ପ୍ରଶାନ୍ତ କୁମାର କରଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦଘାଟକ ତଥା ମୁଖ୍ୟ ଅତିଥିଭାବେ ଓଡିଶା ଉଚ୍ଚ ନ୍ୟାୟଳୟର ନ୍ୟାୟମୂର୍ତ୍ତି ବିଦ୍ୟୁତ୍ ରଂଜନ ଷଡ଼ଙ୍ଗୀ,  ମୁଖ୍ୟ ବକ୍ତା ଭାବେ କଟକ ଉପଜିଲ୍ଲାପାଳ କମଲଜିତ ଦାସ, ସାଲେପୁର ତହସିଲଦାର ଶିବ ମଲ୍ଲିକ, ମହୋତ୍ସବର ମୁଖ୍ୟ ଦିଲ୍ଲୀପ କୁମାର ଦାଶ ପ୍ରମୁଖ ଯୋଗ ଦେଇଥିଲେ । ଏ ମାଟି ହେଉଛି ଉତ୍କଳ ଗୌରବ ମଧୁବାବୁଙ୍କ ମାଟି । ଏ ମାଟିରେ ଯୋଗଦେଇ ନିଜକୁ ଧନ୍ୟମନେ କରିବା ସହିତ ନିଜକୁ ଗର୍ବିତ ମନେ କରୁଛୁ ବୋଲି କହିଥିଲେ ଉପସ୍ଥିତ ଅତିଥି । ଗୀତ, ନାଚ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲିକିଥିଲା ମଞ୍ଚ । ଏହି ଅବସରରେ ଜିଲ୍ଲା ତଥା ଜିଲ୍ଲା ବାହାର କଳାକାରଙ୍କଦ୍ବାରା ନାଚ-ଗୀତକୁ ମନଭରି ଉପଭୋଗ କରିଥିଲେ ଉପସ୍ଥିତ ଦର୍ଶକ ।

ରିପୋର୍ଟ : ସାଲେପୁରରୁ ଅଭୟ ଜେନା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା