ସ୍ବର୍ଗତଃ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ଅବସରରେ କାଳିମେଘିରେ ରକ୍ତଦାନ ଶିବିର ଅନୁଷ୍ଠିତ

ଗଞ୍ଜାମ : ପ୍ରବାଦ ପୁରୁଷ ତଥା ମହାନ ଜନନାୟକ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୨୬ ତମ ତିରୋଧାନ ଦିବସ ଅବସରରେ ଗଞ୍ଜାମ ଜିଲ୍ଲା କୋଦଳା ନିକଟସ୍ଥ କାଳିମେଘି ପଞ୍ଚାୟତର କାଳିମେଘି ଜାଗିଲିପଦର ହାଇସ୍କୁଲରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କାଳିମେଘି ସରପଞ୍ଚ ଅର୍ଚ୍ଚନା ତ୍ରୀପାଠୀ ଓ ସମାଜସେବୀ ବିଶ୍ବାମିତ୍ର ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ରକ୍ତଦାନ ଶିବିରକୁ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଶିବିରରେ ସ୍ଥାନୀୟ ଅଞ୍ଚଳର ଯୁବକମାନେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ବ୍ରହ୍ମପୁର ବଡ଼ ମେଡିକାଲ ରକ୍ତ ଭଣ୍ଡାରରୁ ଆସିଥିବା କର୍ମଚାରୀମାନେ ଏଥିରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ବେଗୁନିଆପଡ଼ା ବ୍ଳକ ଅଧ୍ୟକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼, ସାନ ଉସ୍ତାପଡା ସରପଞ୍ଚ ସନ୍ତୋଷ କୁମାର ସ୍ବାଇଁ, ମର୍ଦକୋଟ ସରପଞ୍ଚ ସନ୍ତୋଷ ବିଶ୍ବାଳ, ବେରୁଆଁବାଡି ସରପଞ୍ଚ ପ୍ରତିମା ପାଢୀ, ମର୍ଦକୋଟ ସମିତି ସଭ୍ୟା ପ୍ରତିନିଧି ଲକ୍ଷ୍ମଣ ସ୍ବାଇଁଙ୍କ ସମେତ ବହୁ ବିଜେଡ଼ି କର୍ମକର୍ତ୍ତା ଯୋଗ ଦେଇ ସହଯୋଗ କରିଥିଲେ । ଶିବିରରେ ମୋଟ ୧୦୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ସୂଚନା ମିଳିଛି ।
ରିପୋର୍ଟ: ବେଗୁନିଆପଡାରୁ ବାପୁନି କୁମାର ମାଲୁ