ଓଡିଶା ବ୍ୟବସାୟ

ଆସନ୍ତା ମେ ୧୯ରେ ଆୟୋଜିତ ହେବ ଗ୍ଲୋବାଲ ବିଜନେସ୍ କାର୍ନିଭାଲ୍

ଭୁବନେଶ୍ବର : ଭୁବନେଶ୍ବରରେ ଆୟୋଜିତ ହେବାକୁ ଯାଉଛି ଏକ ବୃହତ୍ତ ପ୍ରଦର୍ଶନୀ । ଜନତା ମୈଦାନରେ ଆସନ୍ତା ମେ ୧୯ରୁ ୨୯ ପର୍ଯ୍ୟନ୍ତ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ୍‌ ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ ଗ୍ଲୋବାଲ୍ ବିଜନେସ୍ କାର୍ନିଭାଲ୍-୨୦୨୩ ଆୟୋଜିତ ହେବ । ଏଥିରେ ୨୦ଟି ରାଜ୍ୟ ଓ ୧୨ଟି ଦେଶର ବ୍ୟବସାୟୀ ଅଂଶଗ୍ରହଣ କରିବେ । ୧୬ଟି ଏସି ହ୍ୟାଙ୍ଗର ବିଶିଷ୍ଟ ନିର୍ମିତ ଏହି ବୃହତ ପ୍ରଦର୍ଶନୀରେ ରିଅଲ ଇଷ୍ଟେଟ୍‌, କୋଠା ନିର୍ମାଣ ଉପକରଣ, ଆଇଟି, ଷ୍ଟାର୍ଟଅପ୍, ଶିକ୍ଷା, ଆସବାବପତ୍ର, ଇଣ୍ଟେରିଅର, ହୋମ୍ ଡେକର, ହୋମ୍ ଆପ୍ଲାଏନ୍‌ସେସ୍‌, ଇଲେକ୍ଟ୍ରୋନିକ୍ସ, ଆଣ୍ଟିକ୍ ପ୍ରଡକ୍ଟ, ଲାଇଫ୍‌ଷ୍ଟାଇଲ୍‌, ଗହଣା, ହସ୍ତତନ୍ତ, ହସ୍ତକଳା, ସ୍ବାସ୍ଥ୍ୟ, ୱେଲ୍‌ନେସ୍, ହସ୍ପିଟାଲ୍‌ ଓ କ୍ଲିନିକ୍, କନଷ୍ଟ୍ରକ୍ସନ କମ୍ପାନି, ଏଫ୍ଏମ୍‌ସିଜି ସଂସ୍ଥା ଆଦି ଭାଗ ନେବେ । ଏଥି ସହିତ କାର୍ନିଭାଲକୁ ଆସୁଥିବା ଲୋକଙ୍କ ନିମନ୍ତେ ଫୁଡ୍‌ ଜୋନ୍ ବ୍ୟବସ୍ଥା କରାଯିବ ।

ଏହି କାର୍ନିଭାଲରେ ମଲ୍ଟି ସେକ୍ଟର ଯଥା B2B ଓ B2C ପ୍ରଦର୍ଶନୀ ଅପରାହ୍ନ ୨ଟା ୩୦ରୁ ରାତି ୯ଟା ୩୦ ପର୍ଯ୍ୟନ୍ତ ହେବ । ଏହାଦ୍ବାରା ଉଭୟ ଗ୍ରାହକ ଏବଂ ବ୍ୟବସାୟଙ୍କ ନିମନ୍ତେ ବ୍ୟବସାୟର ସୁଯୋଗ ସୃଷ୍ଟି ହୋଇପାରିବ । MSME ଏବଂ COIR ବୋର୍ଡ ସହ ଅନୁବନ୍ଧିତ, ଗୁପ୍ତା ଇଭେଣ୍ଟ୍‌ ମ୍ୟାନେଜମେଣ୍ଟ୍‌ ପକ୍ଷରୁ ଆୟୋଜିତ ଏହି ୧୧ ଦିନିଆ କାର୍ଭିନାଲକୁ ୫ ଲକ୍ଷରୁ ଅଧିକ ଲୋକ ପରିଦର୍ଶନ କରିବେ ବୋଲି ଆଶା କରାଯାଉଛି । ସୁଜିତ ଓ ପାୟଲ ଆଚାର୍ଯ୍ୟ ଗୁପ୍ତାଙ୍କ ନେତୃତ୍ବରେ ଗୁପ୍ତା ଇଭେଣ୍ଟ୍‌ ମ୍ୟାନେଜମେଣ୍ଟ୍‌ ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ ଏକ ଉତ୍ତମ ସମ୍ପର୍କ ସ୍ଥାପନ କରିବ ବୋଲି ସଂସ୍ଥା ପକ୍ଷରୁ ଆଶା କରାଯାଇଛି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା