ଓଡିଶା

ଟୁଇଟର ମ୍ୟାନ ବିନୟ ସମ୍ବର୍ଦ୍ଧିତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଟୁଇଟର ମ୍ୟାନ ଭାବେ ପରିଚିତ ବିନୟ କୁମାର ନାଏକଙ୍କୁ ଆସୋସିଏସନ୍ ଅଫ୍ ଟୁଇଟର ଆକ୍ଟିଭିଷ୍ଟ ସାମାଜିକ ଅନୁଷ୍ଠାନ ପକ୍ଷରୁ ପୁରୀରେ ଥିବା ସଂସ୍କୃତ ଭବନରେ ପୁରୀ ଅତିରିକ୍ତ ଜିଲ୍ଲାପାଳ କୈଳାସ ନାୟକ ସମ୍ବର୍ଦ୍ଧିତ କରିଛନ୍ତି । ବିନୟ ଟୁଇଟର ମାଧ୍ୟମରେ ହଜାର ହଜାର ସମସ୍ୟାର ସମାଧାନ କରିଛନ୍ତି । ସେ ଟୁଇଟର ମାଧ୍ୟମରେ ପାନୀୟ ଜଳ, ସ୍ବାସ୍ଥ୍ୟସେବା, ଆବାସଘର, ଗମନାଗମନ, ରାସନ୍, ବିଦ୍ୟୁତ୍ ଆଦି ସମସ୍ୟାଗୁଡ଼ିକୁ ଟୁଇଟର ମାଧ୍ୟମରେ ସମାଧାନ କରୁଛନ୍ତି । ତେବେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମଣ୍ଡଳର ସଂଯୋଜକ ଭାବେ ଦାୟିତ୍ଵ ଦେଇ ତାଙ୍କୁ ସମ୍ମାନିତ କରିଥିବାରୁ ସେ ନିଜକୁ ଧନ୍ୟମନେ କରୁଥିବା କହିଛନ୍ତି । ଅପରପକ୍ଷେ ସମାଜ ସେବାରେ ନିଜକୁ ଜଳାଞ୍ଜଳି ଦେଇ ସଂଗ୍ରାମ ଜାରି ରଖିବେ ବୋଲି ବିନୟ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି l

ରିପୋର୍ଟ: ହିନ୍ଦଳରୁ ସନାତନ ନାଥ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା