ପ୍ରସିଧ୍ୟ ଶୈବପୀଠ ଅନନ୍ତେଶ୍ୱରଙ୍କ ପୀଠରେ ଚାଲିଛି ଝାମୁଯାତ୍ରା

ସାଲେପୁର: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଲେଣ୍ଡୁରା ଭଗବାନପୁର ଅନ୍ୟତମ ପ୍ରମୁଖ ପ୍ରସିଧ୍ୟ ଶୈବପୀଠ ଅନନ୍ତେଶ୍ୱର ମହାଦେବଙ୍କ ପୀଠରେ ଚଳିତ ବର୍ଷ ଝାମୁଯାତ୍ରା ଓ ପାଟୁଆଯାତ୍ରା ମହାସମାରୋହରେ ଅନୁଷ୍ଠିତ ହେଉଛି । ପ୍ରତିବର୍ଷ ଏହି ପୀଠକୁ ବିଭିନ୍ନ ଅଞ୍ଚଳରୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଆସିଥାନ୍ତି । ଚଳିତବର୍ଷ ଝାମୁଯାତ୍ରା ଓ ପାଟୁଆଯାତ୍ରାରେ ସହସ୍ରାଧିକ ଲୋକଙ୍କ ସମାଗମ ଦେଖିବାକୁ ମିଳୁଛି । ମାସନ୍ତ ଦିନ ଝାମୁଯାତ୍ରା, କଣ୍ଟା ପାଟୁଆ ଅନୁଷଅଠିତ ହେଉଛି । ପଣାଯାତ୍ରା ଅବସରରେ ଅଗ୍ନି ପାଟୁଆ, ଦଣ୍ଡପାଟୁଆ, ଖଣ୍ଡାପାଟୁଆ, ସିଡିପାଟୁଆ ଆଦି ଅନୁଷ୍ଠିତ ହୋଇଥାଏ ।

ଏହି ଅବସରରେ ମାନସିକଧାରୀ ସେମାନଙ୍କର ମନୋବାଞ୍ଛା ପୂର୍ଣ୍ଣ ପାଇଁ ପାଟୁଆ ହୋଇଥାନ୍ତି । ସେହିପରି ୭ଦିନ ବ୍ୟାପି ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥାଏ । ଚଳିତବର୍ଷ ଏହି ଯାତ୍ରା ବେଶ୍ ଉତ୍ସାହ-ଉଦ୍ଦିପନାର ସହ ଅନୁଷ୍ଠିତ ହେଉଥିବାରୁ ଭକ୍ତ, ମାନସିକଧାରୀ ଓ ଆୟୋଜକମାନେ ଖୁସି ବ୍ୟକ୍ତ କରିଛନ୍ତି । ସେହିପରି ଜାନାର୍ଦ୍ଦନପୁରରେ ଦଶଭୁଜା ପୀଠ ଓ ସାଲେପୁରର ଗଙ୍ଗେସ୍ୱରଙ୍କ ପୀଠରେ ଏହି ଯାତ୍ରା ପାଳିତ ହେଉଛି । ବିଭିନ୍ନ ସ୍ଥାନରୁ ଆସିଥିବା ଉଠା ଦୋକାନୀ ମାନେ ସେମାନଙ୍କର ବ୍ୟବସାୟ କରିବା ସହିତ ବେଶ ଜନ ଗହଳି ପରିଲକ୍ଷିତ ହେଉଛି ।
ରିପୋର୍ଟ: ସାଲେପୁରରୁ ଅଭୟ ଜେନା