ଦାଣ୍ଡଯାତ୍ରା ବେଳେ ତୁମୁଳ କାଣ୍ଡ, ଥାନା ଆଗରେ ଧାରଣା ଦେଲେ ଅଭିଯୋଗକାରୀ

ସାଲେପୁର : ଦାଣ୍ଡଯାତ୍ରା ବେଳେ ତୁମୁଳ କାଣ୍ଡ । ଅସାମାଜିକ ଯୁବକଙ୍କ ଶିକାର ହେଲେ ଗୋଟିଏ ଗୋଷ୍ଠୀର ଲୋକ । କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଭଦ୍ରେଶ୍ୱର ଥାନା ଅନ୍ତର୍ଗତ ସାହାନିଆଜପୁର ଗ୍ରାମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ରାମଲୀଳା ଦାଣ୍ଡଯାତ୍ରା ଅନୁଷ୍ଠିତ ହୋଇଥିଲା । ତେବେ ମେଳଣ ଶୋଭାଯାତ୍ରା ଗୋବିନ୍ଦପୁର ଗ୍ରାମଦେଇ ଯିବାବେଳେ ସେହି ଗାଁର କିଛି ଅସାମାଜିକ ବ୍ୟକ୍ତି ଗଣ୍ଡଗୋଳ ସୃଷ୍ଟି କରିବା ସହ ସାହାନିଆଜପୁର ଗ୍ରାମର ବହୁ ଯୁବକଙ୍କୁ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ଆକ୍ରମଣରେ ଗୁରୁତରଙ୍କୁ ସାଲେପୁରରେ ପ୍ରାଥମିକ ଚିକିତ୍ସା ପରେ ସେମାନେ ଘରକୁ ଫେରିଛନ୍ତି । ଅପରପକ୍ଷେ ମଧ୍ୟରାତ୍ରରେ ଅଭିଯୋଗକାରୀ ଭଦ୍ରେଶ୍ୱର ଥାନାରେ ଏତଲା ଦେଇଥିଲେ ସୁଦ୍ଧା ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନଥିବା ଅଭିଯୋଗ ହୋଇଛି । ଏ ନେଇ ଅଭିଯୋଗକାରୀ ଥାନାରେ ଧାରଣା ଦେଇଥିଲେ । ତେବେ ଦେଖିାବକୁ ବାକି ରହିଲା ପୋଲିସ ଏହି ଗୋଷ୍ଠୀ ସଂଘର୍ଷକୁ କେତେ ଗମ୍ଭୀରତାର ସହ ନେଇ ତଦନ୍ତ କରୁଛି ।
ରିପୋର୍ଟ : ସାଲେପୁରରୁ ଅଭୟ ଜେନା