ଚନ୍ଦନେଶ୍ବରଙ୍କ ଚଡକ ମେଳାରେ ୩୦ ହଜାରରୁ ଉର୍ଦ୍ଧ୍ବ ଉପବୀତଧାରୀ ଉପସ୍ଥିତ

ବାଲେଶ୍ବର: ପୂର୍ବ ଭାରତର ବିଶ୍ୱ ପ୍ରସିଦ୍ଧ ଚନ୍ଦନେଶ୍ଵରଙ୍କ ଚଡକ ମେଳାର ପଞ୍ଚମ ଅର୍ଘ୍ୟ ଆରମ୍ଭ ହୋଇଯାଇଛି । ମେଳା ପାଇଁ ଉପବୀତଧାରୀଙ୍କ ସଂଖ୍ୟା ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ବ ହୋଇଥିବାବେଳେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି । ସୁରକ୍ଷା ଦୃଷ୍ଟିରୁ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅପରପକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଭୋଗରାଇ ତହସିଲଦାର ସୁଶାନ୍ତ ପଟ୍ଟନାୟକ ।

ପଞ୍ଚମ ଅର୍ଘ୍ୟରେ ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତିକାନ୍ତି ଓ ମନ୍ଦିର ପରିକ୍ରମା ପରେ ଅର୍ଘ୍ୟଦାନ ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ ହୋଇଛି । ଚନ୍ଦନେଶ୍ବର ଚଡକ ମେଳାକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ଲାଗି ପୋଲିସ ବିଭାଗ ତତ୍ପର ହୋଇଉଠିଛି ।
ରିପୋର୍ଟ: ବାଲିଆପାଳରୁ ଚନ୍ଦନ ଅଣ୍ଡିଆ