ଓଡିଶା କଳା ସଂସ୍କୃତି

ମଧୁ ସ୍ମୃତିପୀଠ ପରିଦର୍ଶନ କଲେ ୫ଟି ସଚିବ । ଲାଇଟ ଆଣ୍ଡ ସାଉଣ୍ଡ ବ୍ୟବସ୍ଥା ମାଧ୍ୟମରେ ପ୍ରଚାର ହେବ ମଧୁବାବୁଙ୍କ ଗୌରବର ଗାଥା

କଟକ : ପବିତ୍ର ଉତ୍କଳ ଦିବସ ଅବସରରେ ୫ଟି ସଚିବ ଭିକେ ପାଣ୍ଡିଆନ ସତ୍ୟଭାମାପୁରରେ ପହଂଚି ମଧୁ ସ୍ମୃତିପୀଠ ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେ ମଧୁବାବୁଙ୍କ ପ୍ରତିମୁର୍ତ୍ତୀରେ ମାଲ୍ୟାର୍ପଣ କରିବା ସହିତ ସମଗ୍ର ପୀଠ ପରିଦର୍ଶନ କରିଛନ୍ତି । ତାଙ୍କ ସହ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ପ୍ରଥମେ ମାନଚିତ୍ର ମାଧ୍ୟମରେ ପୀଠର ଅବସ୍ଥିତି ଓ ଇତିହାସ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ପରେ ପୀଠ ପରିସରରେ ଥିବା ସଂଗ୍ରାଳୟ ବୁଲି ଏଠାରେ ରଖାଯାଇଥିବା ସ୍ମୃତି ସମ୍ପର୍କରେ ପଚାରି ବୁଝିଥିଲେ ୫ଟି ସଚିବ । ଏହି ସମୟରେ ସେ ସ୍ମୃତି ଫଳକ ଓଡ଼ିଆ ସମେତ ଅନ୍ୟ ଭାଷାରେ କରିବାକୁ ପରାମର୍ଶ ଦେଇଥିଲେ । ପୀଠ ପରିସରରେ ଥିବା ଗାନ୍ଧିଜୀଙ୍କ ଅବସ୍ଥାନ ପୀଠ ଦର୍ଶନ କରିବା ସହିତ ମଧୁବାବୁଙ୍କ ଏନ୍ତୁଡ଼ିଶାଳରେ ଉତ୍କଳ ଗୌରବଙ୍କ ସ୍ମୃତିଚାରଣ କରିଥିଲେ ।

ଆଗାମୀ ଏପ୍ରିଲ ୧୫ ସୁଦ୍ଧା ଯୋଜନା ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରାଯିବ । ତେବେ ମଧୁବାବୁଙ୍କ ଜନ୍ମ ପୀଠରେ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବା ସହ ମଧୁବାବୁଙ୍କ ଶହେ ବର୍ଷ ପୁରୁଣା ଉଭୟ ଜନ୍ମପୀଠ ଓ କର୍ମଭୂମିକୁ ଏକ ସଂଗ୍ରହାଳୟ କମ୍ପ୍ଲେକ୍ସ ଭାବରେ ବିକଶିତ କରାଯାଇ ଏହି ଐତିହ୍ୟ ସ୍ଥଳର ସଂରକ୍ଷଣ କରାଯିବ । ପରିଦର୍ଶନ ସମୟରେ ୫ଟି ସଚିବ ସେଠାରେ ରଖାଯାଇଥିବା ବିରଳ ଫୋଟୋ ଓ ହସ୍ତ ଲିପି ସମ୍ପର୍କରେ ଉପସ୍ଥିତ ଟ୍ରଷ୍ଟ କର୍ମକର୍ତାଙ୍କଠାରୁ ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ । ଶେଷରେ ଉପସ୍ଥିତ ମିଶନ ଶକ୍ତି ମା ମାନଙ୍କ ସହିତ ପୀଠ ସମ୍ପର୍କରେ ଆଲୋଚନା କରିବା ସହିତ ମଧୁ ସ୍ମୃତି ପୀଠରେ ମଧୁବାବୁଙ୍କ ଜୀବନୀକୁ ନେଇ ଲାଇଟ ଆଣ୍ଡ ସାଉଣ୍ଡ ବ୍ୟବସ୍ଥା କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଏପରିକି ପୀଠର ଉନ୍ନତି କରଣ ପାଇଁ ଏକ ବିସ୍ତୃତ ପ୍ରସ୍ତାବ ପ୍ରସ୍ତୁତ କରିବା ପାଇଁ ସେ କହିଥିଲେ ।

ଏହି ଅବସରରେ ମଧୁସୂଧନ ସାଂସ୍କୃତିକ ପରିଷଦ ପକ୍ଷରୁ ୧୨ଟି ପ୍ରସ୍ତାବ ସମ୍ବଳିତ ଏକ ପତ୍ର ପ୍ରଦାନ କରାଯାଇଥିଲା । ଏହି ପରିଦର୍ଶନ ସମୟରେ ଆରଡିସୀ ସୁରେଶ ଚନ୍ଦ୍ର ଦଳାଇ, ସିଡିଏ ଅଧକ୍ଷ ଅନିଲ ସାମଲ, ଜିଲ୍ଲାପାଳ ଡ଼ ଭବାନୀ ଶଙ୍କର ଚୟନୀ, ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅମ୍ବର କର, ଡିସିପି ପିନାକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ: ସାଲେପୁରରୁ ଅଭୟ ଜେନା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା