ଓଡିଶା

ନୂତନ ପେନସନ୍ ସ୍କିମ୍ ଏକ ଡକାୟତି ଯୋଜନା !

ଜଟଣୀ: ନୂଆ ହଟାଓ ପୁରୁଣା ଆଣ । ନୂତନ ପେନସନକୁ ସ୍କିମକୁ ଏକ ଡକାୟତି ଯୋଜନା ବୋଲି ବର୍ଣ୍ଣନା କଲେ ଶ୍ରମିକ ଯୁନିଅନର ସଦସ୍ୟ । ନୂତନ ପେନସନ୍ ଯୋଜନାକୁ ରଦ୍ଦ କରି ପୁରୁଣା ପେନସନ୍ ଯୋଜନାକୁ  ଲାଗୁ କରିବା ପାଇଁ ନ୍ୟାସନାଲ୍ ଜଏଣ୍ଟ କାଉନସିଲ୍ ଅଫ୍ ଆକ୍ସନ (NJCA) ଓ JOINT FORUM FOR RESTORATION OF OLD PENSION SCHEME (JFROPS) ପକ୍ଷରୁ ଖୋର୍ଦ୍ଧାରୋଡ ଶ୍ରମିକ ୟୁନିଅନର ମୁଖ୍ୟ ଶାଖାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି I ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପୁରୁଣା ପେନସନ୍ ଯୋଜନାକୁ କାର୍ଯ୍ୟକାରୀ କରିବା ସହ ନୂତନ ପେନସନ୍ ଯୋଜନାକୁ ବନ୍ଦ କରିବା । ସରକାର ଯଦି ପୁରୁଣା ପେନସନକୁ ପୁର୍ନବାର ଲାଗୁ କରିବା ଦିଗରେ ଧ୍ୟାନ ନ ଦିଅନ୍ତି ତେବେ ରାଜ୍ୟରେ ସମସ୍ତ କର୍ମଚାରୀ ସଂଘ ସପରିବାର ଆସନ୍ତା ଏପ୍ରିଲ ୨୬ ତାରିଖରେ ରାଜଧାନୀରେ ରାଜ୍ୟସ୍ତରୀୟ ବିଶାଳ ସମାବେଶ କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି I

ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ନ୍ୟାସନାଲ୍ ଜଏଣ୍ଟ କାଉନସିଲ୍ ଅଫ୍ ଆକ୍ସନର ଆବାହକ ତଥା ଶ୍ରମିକ ଯୁନିଅନର ସାଧାରଣ ସମ୍ପାଦକ ପି କେ ପାଟସାହାଣୀ, CENTRAL GOVT EMPLOYEE CONFEDERATIONର ସଭାପତି ଆର୍.ଏନ୍. ଧଳ, କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘର ସାଧାରଣ ସମ୍ପାଦକ ବୃହସ୍ପତି ସାମଲ,  ଓଡ଼ିଶା ଆୟକର ବିଭାଗ କର୍ମଚାରୀ ମହାସଙ୍ଘ ସାଧାରଣ ସଂପାଦକ ଚିତ୍ତ ରଞ୍ଜନ ପଟ୍ଟନାୟକ, ଓଡ଼ିଶା ରାଜ୍ୟ ସରକାର କର୍ମଚାରୀ ସମନ୍ବୟ ସମିତିର ପ୍ରଶାନ୍ତ କୁମାର ମହାନ୍ତି, ପ୍ରତାପ ଚନ୍ଦ୍ର ମିଶ୍ର, ଅସିଲା କୁମାର ବ୍ରହ୍ମା ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ସଭାପତି ପ୍ରକାଶ ଚନ୍ଦ୍ର ମହାନ୍ତି ନିଜର ସମ୍ମତି ପ୍ରକାଶ କରିଥିଲେ ।

ଜଟଣୀରୁ ପ୍ରଶାନ୍ତ କୁମାର ସାହୁ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା