ଓଡିଶା

ଗୋଟିଏ ପଞ୍ଚାୟତରେ ଗୋଷ୍ଠୀ ବିବାଦ । କିଏ ଉଠାଇବ ଫାଇଦା ସମୟ କହିବ ?

କଟକ : ସିଧାସଳଖ ଭାବେ ଶାସକ ଦଳର ବିଧାୟକ ଚନ୍ଦ୍ର ସାରଥୀ ବେହେରାଙ୍କୁ ଟାର୍ଗେଟ କଲେ ସାନ୍ତପୁର ସରପଞ୍ଚ । ଗୋଟେପଟେ ପଞ୍ଚାୟତର ଉନ୍ନତି ପାଇଁ ଖୋଦ୍ ସରପଞ୍ଚ ଧାରଣା ଦେଇଛନ୍ତି । ଅନ୍ୟପଟେ ସରପଞ୍ଚ ଉନ୍ନୟନରେ ବାଧକ ସାଜୁଥିବା ଅଭିଯୋଗରେ ଅନ୍ୟ ଏକ ଗୋଷ୍ଠୀ, ବିଡିଓଙ୍କୁ ଦାବି ପତ୍ର ଦେଇଛନ୍ତି । କିଏ କହୁଛି ସତ ତାହା ତ ସମୟ କହିବ । ମାତ୍ର ଗୋଟିଏ ପଞ୍ଚାୟତରେ ଏଭଳି ଗୋଷ୍ଠୀ ବିବାଦ ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଅପରପକ୍ଷେ ଦୁଇ ବିରାଡିଙ୍କ ଗଣ୍ଡଗୋଳରେ ଆଉ କାହାର ସ୍ବାର୍ଥ ହାସଲ ହେଉଛି ତାହା ଦେଖିବାକୁ ବାକି ରହିଲା ବୋଲି ଏବେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ।

କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାନ୍ତପୁର ପଞ୍ଚାୟତରେ ବିଭିନ୍ନ ସମସ୍ୟାର ପ୍ରତିକାର ନିମନ୍ତେ ପ୍ରଶାସନର ଉଦାସୀନ ନୀତି ବିରୋଧରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ ପଞ୍ଚାୟତର ସରପଞ୍ଚ ଓ ପଞ୍ଚାୟତବାସୀ । ଏପରିକି ଜେଇ, ଜିଆରଏସ, ଭିଏଲଡବ୍ଲ୍ୟୁ ପଞ୍ଚାୟତକୁ ଆସୁନଥିବାରୁ ସେଠାର ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ଆଣି ସେମାନଙ୍କ ବଦଳି ଦାବିରେ ଧାରଣା ଦେଇଥିଲେ ।

ଅପରପକ୍ଷେ ଉକ୍ତ ପଞ୍ଚାୟତର ଆଉ କିଛି ଗୋଷ୍ଠୀ ସରପଞ୍ଚଙ୍କ ବିରୋଧରେ ଦାବି ଉଠାଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସରପଞ୍ଚଙ୍କୁ ବିରୋଧ କରିବା ସହ ଏ ନେଇ ବିଡିଓଙ୍କୁ ଦାବିପତ୍ର ଦେଇଛନ୍ତି । ଏପରିକି ଉକ୍ତ ଗୋଷ୍ଠୀ ସରପଞ୍ଚଙ୍କୁ ଦଲାଲ ବୋଲି କହିବା ସହିତ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟରେ ସରପଞ୍ଚ ବାଧକ ସାଜୁଥିବା ଅଭିଯୋଗ ଆଣିଛନ୍ତି । ଏ ସଂପର୍କରେ ପୃଥକ୍ ପୃଥକ୍ ଭାବେ ବିଡ଼ିଓଙ୍କୁ ଲିଖିତ ଭାବେ ଜଣାଇଛନ୍ତି ଉଭୟ ଗୋଷ୍ଠୀ ।

ସାଲେପୁରରୁ ଅଭୟ ଜେନା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା