ପଶ୍ଚିମା ଝଡ ପ୍ରଭାବ, ୧୧ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ

ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ଆଜି ଭୋରରୁ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ପବନ ହୋଇଛି । ରାଜ୍ୟରେ ଆଉ ୨ଦିନ ପଶ୍ଚିମା ଝଡ଼ ପ୍ରଭାବ ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବନୁମାନ କରାଯାଇଛି ।
ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୧୧ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲା ଗୁଡିକ ହେଉଛି ଖୋର୍ଦ୍ଧା, କଟକ, କେନ୍ଦୁଝର, ଭଦ୍ରକ, ଯାଜପୁର, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଜଗତସିଂପୁର ଏବଂ କେନ୍ଦ୍ରାପଡା । ଏହି ଜିଲ୍ଲାରେ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପ୍ରବଳ ଘଡଘଡି, ବିଜୁଳି ମାରିବାର ସମ୍ଭାବନା ଥିବାରୁ ଆଗାମୀ ୩ ଘଣ୍ଟା ସତର୍କ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ଆଜି ସକାଳୁ କଟକ, ଭୁବନେଶ୍ୱର, କେନ୍ଦୁଝର ସମେତ ରାଜ୍ୟରେ କେତକ ସ୍ଥାନରେ ଘଡଘଡି ସହ ବର୍ଷା ଲାଗି ରହିଛି ।