ଓଡିଶା

ୱାର୍ଡ ସଭ୍ୟସଭ୍ୟାଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ବେଗୁନିଆପଡା (ବାପୁନି କୁମାର ମାଲୁ): ରାଜ୍ୟ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗର ନିର୍ଦେଶକ୍ରମେ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ବିକାଶ’ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ବେଗୁନିଆପଡା ସ୍ଥିତ ମା ମଙ୍ଗଳା ଗୋଷ୍ଠୀ ସାଧନ କେନ୍ଦ୍ରରେ ୱାର୍ଡ ସଭ୍ୟସଭ୍ୟାଙ୍କ ପ୍ରଶିକ୍ଷଣ ଶିବିରର ଶୁଭାରମ୍ଭ ହୋଇଯାଇଛି । ଏହି ଶିବିରକୁ ଏବିଡ଼ିଓ ନିରଞ୍ଜନ ବେହେରା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ତାଲିମଦାତା ଅରୁଣ କୁମାର ଶତପଥୀ, ଏମ୍ ସୁନିତା ରାଓ, ବିକାଶର ସମ୍ପାଦକ ଗୋକୁଳ ଚନ୍ଦ୍ର ଦାସ, ସଭ୍ୟ ଅଶୋକ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ବେଗୁନିଆପଡା ବ୍ଲକର ବେରୁହାଁବାଡ଼ି, କାଳୀମେଖି, ସାନ ଉସ୍ତାପଡ଼ା, ଘୋଡାପଡା ଓ ଦିଗାପଡା ପଞ୍ଚାୟତର ୱାର୍ଡ ସଭ୍ୟସଭ୍ୟାମାନେ ଉପସ୍ଥିତ ରହି ତାଲିମ ନେଇଥିଲେ । କାର୍ଯ୍ୟକ୍ରମରେ ପଞ୍ଚାୟତରାଜ ବ୍ୟବସ୍ଥା, ସରକାରୀ ଯୋଜନା, ନିୟମ, ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା । ଆୟୋଜିତ ଶିବିର ତିନିଦିନ ଧରି ଚାଲିବ । ଏଥିରେ ପର୍ଯାୟକ୍ରମେ ସମସ୍ତ ପଞ୍ଚାୟତର ୱାର୍ଡ ସଭ୍ୟସଭ୍ୟାଙ୍କୁ ତାଲିମ ପ୍ରଦାନ କରାଯିବ ବୋଲି ଜଣାପଡିଛି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା