ଓଡିଶା

କାହା ସ୍ବାର୍ଥରେ ଓଡିଶା ଡ୍ରାଇଭର ମହାସଂଘ ?

ଖୁବ୍ କମ୍ ସମୟରେ ରାଜ୍ୟର ବୃହତ ସଂଗଠନ ଭାବେ ଉଭା ହୋଇଛି ଓଡିଶା ଡ୍ରାଇଭର ମହାସଂଘ । ବିଗତ ଏକ ବର୍ଷ ଧରି ଏହି ସଂଘ ନିଜର ହକ୍ ପାଇଁ ଲଢେଇ କରି ଆସୁଛି । ତେବେ ଏଠି ପ୍ରଶ୍ନ, ଡ୍ରାଇଭରମାନଙ୍କର କଣ ଆଗରୁ କୌଣସୁ ସମସ୍ୟା ନ ଥିଲା ? କାରଣ କରୋନା ପରେ ସକ୍ରିୟ ହୋଇ ଉଠିଥିବା ଏହି ସଂଘ ପ୍ରଥମେ ଅନେକ ସଚେତନମୂଳକ କାର୍ଯ୍ୟ କରିଥିଲା । ଯେଉଁଥିପାଇଁ ଡ୍ରାଇଭର ମହାସଂଘ ଲୋକଙ୍କର ପ୍ରିୟଭାଜନ ମଧ୍ୟ ହୋଇଥିଲା । ପରେ ସଂଘ ନିଜ ହକ୍ ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନା କରି ବିଫଳ ହେବାପରେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇଛି । ଏହି ସଂଗଠନ ସ୍ବଳ୍ପ ସମୟରେ ଗଢିଉଠିଥିବାବେଳେ ସେମାନଙ୍କ କାର୍ଯ୍ୟଧାରା ପାଇଁ ଅନୁଦାନ କିଏ ଏବଂ କେଉଁଠୁ ଯୋଗାଡ କରୁଛନ୍ତି ତାହା ଆଜି ଅନେକାଂଶରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ କଥା କହିବାର ତାତ୍ପର୍ଯ୍ୟ, ଡ୍ରାଇଭରଙ୍କ ଯେଉଁ ଦାବି ରହିଛି, ସେଗୁଡିକ ଉପରେ ଟିକେ ଧ୍ୟାନ ଦିଅନ୍ତୁ ।

ସେମାନଙ୍କ ଦାବି ହେଲା, ଜନସାଧାରଣଙ୍କ ଆକ୍ରୋସର ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ ତିଆରି କରାଯାଉ । ୫୫ ବର୍ଷ ପରେ ମାସକୁ ୫ ହଜାର ଟଙ୍କା ପେନସନ ଦିଆଯାଉ । ଡ୍ରାଇଭରଙ୍କୁ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ପ୍ରଦାନ, ପ୍ରତ୍ୟେକ ୧୦୦ କିମି ଅନ୍ତରରେ ଗାଡ଼ି ପାର୍କିଂ ବ୍ୟବସ୍ଥା ସହ ଡ୍ରାଇଭରଙ୍କ ନିମନ୍ତେ ବିଶ୍ରାମଗାର ଏବଂ ଶୌଚାଳୟର ବ୍ୟବସ୍ଥା । ଦୁର୍ଘଟଣାରେ ପ୍ରାଣ ହରାଉଥିବା ଡ୍ରାଇଭରଙ୍କ ପାଇଁ ୨୦ ଲକ୍ଷ ଟଙ୍କାର ବୀମା ରାଶି ଏବଂ ଦୁର୍ଘଟଣାରେ ଅକର୍ମଣ୍ୟ ହେଲେ ୧୦ ଲକ୍ଷ ଟଙ୍କାର ବୀମାରାଶି ସହିତ ଦୁର୍ଘଟଣା ଜନିତ ଚିକିତ୍ସା ପାଇଁ ଡ୍ରାଇଭରଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ବୀମା ପ୍ରଦାନ ।

ପ୍ରଥମ କଥା ଡ୍ରାଇଭର ସମାଜ ଆସିଲା କେଉଁଠୁ ? ଡ୍ରାଇଭର କଣ ସାଧାରଣ ନାଗରିକରେ ଗଣ୍ୟ ହେଉନାହାନ୍ତି କି ? ଦ୍ବିତୀୟରେ ପ୍ରତ୍ୟେକ ୧୦୦ କିମି ଅନ୍ତରରେ ଗାଡ଼ି ପାର୍କିଂ ବ୍ୟବସ୍ଥା ସହ ଡ୍ରାଇଭରଙ୍କ ନିମନ୍ତେ ବିଶ୍ରାମଗାର ଏବଂ ଶୌଚାଳୟର ବ୍ୟବସ୍ଥା । ଏହା କେବଳ ଡ୍ରାଇଭରଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ କି ? କାରଣ ଏହା ଯଦି ଅତ୍ୟନ୍ତ ଆବଶ୍ୟକ ହୋଇଥାଆନ୍ତା ତେବେ ଅନ୍ୟ ସଂଘ ଯଥାକ୍ରମେ ବସ୍ ସଂଘ, ଟ୍ରକ ସଂଘ, ଅନଲାଇନ୍ ଅଟୋ ଚାଳକ ସଂଘ, ମୋଟର ଚାଳକ ସଂଘ ପ୍ରମୁଖ ଏହାକୁ ସହଯୋଗ କରିଥାଆନ୍ତେ । ଏପରିକି ନିକଟରେ ଅନଲାଇନ ଅଟୋ ଚାଳକ ସଂଘ ମଧ୍ୟ ଡ୍ରାଇଭର ମହାସଂଘର ଅନେକ ଦାବିକୁ ଭିତ୍ତିହୀନ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ ।

ଅପରପକ୍ଷେ ମାର୍ଚ୍ଚ ୧୫ରୁ ଡ୍ରାଇଭର ମହାସଂଘ ଯେଉଁଭଳି ଆନ୍ଦୋଳନ କରୁଛି ସେଥିରେ ସ୍ପଷ୍ଟ ଯେ, ଡ୍ରାଇଭରମାନେ ହିଁ ଡ୍ରାଇଭରଙ୍କ ସହ ଶତ୍ରୁତା ଆଚରଣ କରୁଛନ୍ତି । ଏ ଦୃଶ୍ୟପଟ୍ଟ ଆମର କାଳ୍ପନିକତା ନୁହେଁ ବରଂ ବାସ୍ତବିକତା । ଯଦି ଏପରି ନ ହୋଇଥାଆନ୍ତା ତେବେ ଜଣେ ଡ୍ରାଇଭର ଅନ୍ୟ ଜଣେ ଡ୍ରାଇଭରଙ୍କୁ ଏଭଳି ଫୁଲମାଳ ପିନ୍ଧାଇ କିମ୍ବା ହାତରେ “ମୁଁ ଡ୍ରାଇଭର ସମାଜ ପାଇଁ କଳଙ୍କ” ବୋଲି ଲେଖାଇ ଫଟୋ ଉଠାଇ ତାଙ୍କର ଆତ୍ମସମ୍ମାନ ଭଙ୍ଗ କରି ନ ଥାଆନ୍ତେ । କାରଣ କିଏ ଆନ୍ଦୋଳନରେ ସାମିଲ ହେବ କିମ୍ବା ନ ହେବ ତାହା ତାଙ୍କର ବ୍ୟକ୍ତିଗତ ଅଧିକାର । ଏଥିପାଇଁ ବାଧ୍ୟବାଧକତା କାହିଁକି ?

ଆମର ଉଦ୍ଦେଶ୍ୟ ଡ୍ରାଇଭରମାନଙ୍କୁ ନିରୁତ୍ସାହିତ କରିବା ନୁହେଁ । ଯଦି ସମସ୍ୟା ରହିଛି ତେବେ ସଂଗଠନ ପକ୍ଷରୁ ଆଇନଗତ ଲଢେଇ ଆବଶ୍ୟକ । ସଂଗଠନ ମାଧ୍ୟମରେ ଅରାଜକତା କିମ୍ବା ବଳ ପ୍ରଦର୍ଶନ ନୁହେଁ । ନାର୍ଯ୍ୟ ହକ୍ ପାଇଁ ସମସ୍ତେ ଏକତ୍ରିତ ହେବା ଆବଶ୍ୟକ । ସମସ୍ତେ ସଚେତନ ହେବା ଆବଶ୍ୟକ । କୌଣସି ପ୍ରରୋଚନାରେ ପଡି ଆଗେଇ ଯିବା ବୁଦ୍ଧିମତା ନୁହେଁ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା