ଆଖୁ ଚାଷକୁ ପ୍ରତ୍ସାହନ, ବେଗୁନିଆପଡାକୁ ଗସ୍ତ କଲେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ

ବେଗୁନିଆପଡା (ବାପୁନି କୁମାର ମାଲୁ): ଗଞ୍ଜାମ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ତଥା ପିଡି ଆତ୍ମା ଦିଲ୍ଲୀପ କୁମାର ଖୁଣ୍ଟିଆ ବେଗୁନିଆପଡା ବ୍ଲକ ଗସ୍ତ କରି ଆଖୁ ଫସଲ ବୁଲି ଦେଖିବା ସହ ଆଖୁ ଚାଷକୁ ପ୍ରୋତ୍ସାହନ ଦେଇଛନ୍ତି । ଏହି ସମୟରେ ତାଳସର ପଂଚାୟତର ହଂସତୁଳି ଗ୍ରାମର କଲ୍ୟାଣ ମଣ୍ଡପକୁ କୃଷି ବିଦ୍ୟାଳୟ କରି କୃଷକମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଆଖୁ ଚାଷ କିଭଳି ଭାବେ ଅଧିକରୁ ଅଧିକ କରାଯିବ, ଏଥିପାଇଁ ଉନ୍ନତମାନର ଯନ୍ତ୍ରପାତି, ନୂତନ କିସମର ବିହନ ବ୍ୟବହାର ସହ ସରକାରୀ ସୁବିଧା ଉପରେ ଆଲୋଚନା ହୋଇଛି । ଏହି ଅବସରରେ ଚାଷୀମାନେ ସେମାନଙ୍କର ଅସୁବିଧା ଉପରେ ଅଭିଯୋଗ ଉଠାଇଥିଲେ । ତେବେ ଆଗାମୀ ଦିନରେ ଚାଷୀ କୌଣସି ଅସୁବିଧାର ସମ୍ମୁଖୀନ ଯେପରି ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି କହିଥିଲେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ । ଏହି ସମୟରେ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଅଜିତ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ଜେ. ନଳିନୀ ମୋହନ, ବ୍ଲକ କୃଷି ଅଧିକାରୀ ରାମଲାଲ ସାମଦଙ୍କ ସମେତ ଅନେକ କୃଷକ ଯୋଗ ଦେଇଥିଲେ ।