ଓଡିଶା ଟ୍ରେଣ୍ଟିଂ

ବିଜେଡିରେ ବଢୁଛି ଗୋଷ୍ଠୀ କନ୍ଦଳ । ନିର୍ବାଚନ ପୂର୍ବରୁ ଏଭଳି ସ୍ଥିତି ଭୟଙ୍କର

ଜଳେଶ୍ୱର (ଚନ୍ଦନ ଅଣ୍ଡିଆ): ବିଜେଡିରେ ବଢୁଛି ଅସନ୍ତୋଷଙ୍କ ସଂଖ୍ୟା । ଯେତିକି ପୁରୁଣା ହେଉଛି ଦଳ ସେତିକି ବଢୁଛି ଗୋଷ୍ଠୀ କନ୍ଦଳ । ଧାମନଗରରେ ଅସନ୍ତୋଷଙ୍କ ପାଇଁ କିଭଳି ଦଳ ଧରାଶୟୀ ହୋଇଥିଲା ତାହା ରାଜ୍ୟବାସୀଙ୍କୁ ଅଛପା ନାହିଁ । ଆଉ ଏବେ ଜଳେଶ୍ୱର ବିଜେଡିରେ ଗୋଷ୍ଠୀ କନ୍ଦଳ ଉଗ୍ରରୂପ ଧାରଣ କରିବାରେ ଲାଗିଛି । କହିବାକୁ ଗଲେ ବିଜେଡିକୁ ଏବେ ଘାରିଛି ଶନିଦଶା । ଦଳରେ କର୍ମୀଙ୍କ ସଂଖ୍ୟା ବଢିବାରୁ ପୁରୁଣା ଲୋକଙ୍କୁ ଅଣଦେଖା ହେଉଥିବା ଅଭିଯୋଗ କରୁଛନ୍ତି କର୍ମୀ । ଆଉ ଏହାକୁ ନେଇ ଏବେ ଦଳରେ ଜଟିଳ ପରିସ୍ଥିତି ଦେଖାଦେଇଛି ।
ମାର୍ଚ୍ଚ ୫ରେ ସମଗ୍ର ରାଜ୍ୟରେ ପ୍ରବାଦ ପୁରୁଷ ତଥା ଉକ୍ରଳର ବରପୁତ୍ରଙ୍କ ଜନ୍ମୋତ୍ସବ ଧୁମଧାମର ସହ ପାଳିତ ହେଉଥିବା ବେଳେ ଜଳେଶ୍ୱର ବିଜେଡି ପକ୍ଷରୁ ଭିନ୍ନ ଭିନ୍ନ ସଭା କରାଯାଇ ଉତ୍ସବ ପାଳନକୁ ନେଇ କର୍ମୀ ଅସନ୍ତୋଷ ଦେଖାଦେଇଛି । ଭୂମିପୁତ୍ରଙ୍କ ଜନ୍ମୋତ୍ସବକୁ ରାଜ୍ୟବ୍ୟାପୀ ପଂଚାୟତରାଜ ଦିବସ ଓ ଲୋକସେବା ଦିବସ ଭାବେ ପାଳନ କରାଯାଇଛି । ଏହି ଅବସରରେ ଜଳେଶ୍ୱରର ଗୋଟିଏ ପଟେ ରାଜ୍ୟମନ୍ତ୍ରୀ ତଥା ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର ଟାଉନ ହଲ ପଡିଆରେ ପଂଚାୟତରାଜ ଦିବସ ପାଳନ କରୁଥିବାବେଳେ ଅପରପକ୍ଷେ ଜଳେଶ୍ୱର ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ବ୍ରଜ ମୋହନ ପ୍ରଧାନ ହଜାର ହଜାର ବିଜେଡି ସମର୍ଥକଙ୍କୁ ନେଇ ସଭା ଆୟୋଜିତ କରିଥିଲେ । ଏହାକୁ ନେଇ ଏବେ ଦଳ ମଧ୍ୟରେ କମ୍ପନ ସୃଷ୍ଟି ହୋଇଛି ।
ବିଜେଡି କର୍ମୀ ବ୍ରଜ ମୋହନ ପ୍ରଧାନଙ୍କ ସଭାପତିତ୍ୱରେ ରାଜେନ୍ଦ୍ର ଜେନା, କାଳୀଚରଣ ଜେନା, ରବିନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିବାବେଳେ ମନ୍ତ୍ରୀଙ୍କ ସଭାରେ ବିଜେଡି ବ୍ଲକ ସଭାପତି ଦିଲ୍ଲୀପ ସାମଲ, ସମସ୍ତ ଜିଲ୍ଲାପରିଷଦ, ସମିତି ସଭ୍ୟା ଓ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ । ଆସନ୍ତା ୨୦୨୪ ନିର୍ବାଚନ ପୂର୍ବରୁ ଦଳ ମଧ୍ୟରେ ହେଉଥିବା ଫାଟକୁ ତୁରନ୍ତ ମରାମତି ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ।
ଏ ନେଇ ଗଣମାଧ୍ୟମର ପ୍ରଶ୍ନର ଉତରରେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବ୍ରଜ ମୋହନ ପ୍ରଧାନ ଦଳରେ ଅଣଦେଖା ଅଭିଯୋଗ ଆଣିଥିବା ବେଳେ ମନ୍ତ୍ରୀ ତାଙ୍କ ଉତରରେ ଏହାକୁ ଖଣ୍ଡନ କରିଥିଲେ । ଆଉ ଶେଷରେ ସାମ୍ବାଦିକଙ୍କ ପ୍ରଶ୍ନବାଣରେ ଘାଇଲା ହୋଇ ମନ୍ତ୍ରୀ ବିରକ୍ତି ପ୍ରକାଶ କରିବା ସହ “କିଏ କଣ କହିଲା ସେଥିରେ ମୋର ଯାଏ ଆସେ ନାହିଁ ,ଏବେ ଆପଣମାନେ ଯାଆନ୍ତୁ” ବୋଲି ରୋକଠୋକ କହିଥିଲେ । ତେବେ ମନ୍ତ୍ରୀ ମହୋଦୟଙ୍କ ଏଭଳି ଉତରରେ ବିଜେଡି କର୍ମୀଙ୍କ ମଧ୍ୟରେ ଥିବା ଅସନ୍ତୋଷର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ଜଣାପଡିଛି ।
ଧାମନଗର ନିର୍ବାଚନ ବେଳେ ବିଜୁ ଜନତା ଦଳ ମଧ୍ୟରେ କର୍ମୀ ଅସନ୍ତୋଷ ଦଳକୁ ପରାଜୟର ସ୍ୱାଦ ଚଖାଇଥିବାବେଳେ ବର୍ତମାନ ଜଳେଶ୍ୱରରେ ଏଭଳି ସ୍ଥିତି ଆଗାମୀ ଦିନରେ କଣ ସୂଚନା ଦେବ ତାହାକୁ ଅପେକ୍ଷା ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା