ଶତାୟୁ ମହିଳାଙ୍କ ଦ୍ବାଦଶାହରେ ଶ୍ରଦ୍ଧାସୁମନ ଅର୍ପଣ…

ସାଲେପୁର (ଅଭୟ ଜେନା): ଶତାୟୁ ମନ୍ଦିରୀ ଦେବୀଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ । ମାହାଙ୍ଗା ବ୍ଲକ ବିରୂପା ଗେଙ୍ଗୁଟି ଦ୍ବିପାଞ୍ଚଳ ଅନ୍ତର୍ଗତ ଶଙ୍ଖପୁର ଗ୍ରାମରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ପରୋପକାରୀ, ଧର୍ମପ୍ରାଣା ଶତାୟୁ ମହିଳା ମନ୍ଦିରୀ ଦେବୀଙ୍କ ଦ୍ଵାଦଶାହ ଅବସରରେ ସାମାଜିକକର୍ମୀ ଅଖିଳେଶ ମହାନ୍ତିଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୀତିକାର ବିଶ୍ୱେଶ୍ୱର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ କହିଥିଲେ, ଜନନୀ ଜନ୍ମଭୂମି ପ୍ରତ୍ୟେକ ସନ୍ତାନ ସନ୍ତତିଙ୍କ ପରିଚୟ ହେଉ l ଯୌଥ ଏକାନ୍ନବର୍ତ୍ତୀ ପରିବାର ଉପରେ ମନ୍ଦିରୀ ଦେଵୀ ଗୁରୁତ୍ୱ ଦେଇ ସ୍ଥାନୀୟ ଅଂଚଳରେ ଉଦାହରଣ ସୃଷ୍ଟି କରିଥିଲେ । ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ବକ୍ତା ଭାବେ ସାହିତ୍ୟିକ ଡକ୍ଟର ନାରାୟଣ ମୁଦୁଲି ଯୋଗ ଦେଇଥିଲେ । ମାଆଙ୍କ ପ୍ରତି ନିସ୍ଵାର୍ଥପର ସେବା ପ୍ରତ୍ୟେକ ସନ୍ତାନ ପାଇଁ ଅମୂଲ୍ୟ ଆଶୀର୍ବାଦ ସାବ୍ୟସ୍ତ ହୋଇଥାଏ ବୋଲି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଥିବା ବିଶିଷ୍ଟ ବ୍ୟକ୍ତିମାନେ ମତ ରଖିଥିଲେ ।

ଏହି ଅବସରରେ ଶିକ୍ଷାବିତ୍ ସୁରଥ କୁମାର ସ୍ୱାଇଁ, ହିମାଂଶୁ ସାମନ୍ତରାୟ, ମିନତୀ ମହାପାତ୍ର, ସଂଘମିତ୍ରା ମହାପାତ୍ର, ସତ୍ୟପ୍ରିୟା ମହାପାତ୍ର, ତ୍ରିଲୋଚନ ବାରିକ, ଯଶୋବନ୍ତ ମହାପାତ୍ର, ଶେଷଦେବ ବାରିକ, ବିଜୟ ମହାପାତ୍ର, ଅଜୟ ମହାପାତ୍ର, ସ୍ନେହମୟୀ ବାରିକ, ଜୟଶ୍ରୀ ମହାପାତ୍ର, ପ୍ରମିଳା ମହାପାତ୍ର, ଅକ୍ଷୟ ମହାପାତ୍ର, ଶତ୍ରୁଘ୍ନ ମହାପାତ୍ର ଏବଂ ବିଦୁଲତା ବାରିକ ପ୍ରମୁଖ ମନ୍ଦିରୀ ଦେବୀଙ୍କ ବହୁମୁଖୀ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ l
ସଭାରେ ପୂର୍ବତନ ସମିତିସଭ୍ୟ ନିହାର ରଞ୍ଜନ ପଣ୍ଡା, ଶିକ୍ଷାବିତ୍ ବଟ କିଶୋର ପଣ୍ଡା, ପ୍ରଫୁଲ ମହାନ୍ତି, ପୂର୍ବତନ ସରପଞ୍ଚ ହେମନ୍ତ ପ୍ରଧାନ, ରବୀନ୍ଦ୍ର ପୃଷ୍ଟି, ଗଣେଶ ବିହାରୀ, ହେମନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଶତାୟୁ ମନ୍ଦିରୀ ଦେବୀଙ୍କ ଫଟୋରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ l