ଓଡିଶା

ଜିଲ୍ଲା ସ୍ତରୀୟ କୃଷକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

ଗଜପତି (ବିବେକାନନ୍ଦ ବେହେରା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କନଫରେନ୍ସ ହଲରେ ଜିଲ୍ଲା ସ୍ତରୀୟ କୃଷକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିର ମାର୍ଚ୍ଚ ୧ରୁ ୩ ପର୍ଯ୍ୟନ୍ତ ଚାଲୁ ରହିଥିଲା । ଏଥିରେ କାଶୀ ନଗର, ଗୁମ୍ମା ଓ ଗୋଶାଣୀ ବ୍ଲକର ୨୦ ଜଣ କୁକୁଡ଼ା ଚାଷୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । କାର୍ଯ୍ୟକ୍ରମରେ ଡେପୁଟି ଡ଼ାଇରେକ୍ଟର ଭେଟେନେରୀ ଡକ୍ଟର ବିଦ୍ୟୁତ ଶେଖର ମିଶ୍ର, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ନାରାୟଣ ମହାପାତ୍ର, ଡକ୍ଟର ତରୁଣେନ୍ଦୁ ପାତ୍ର, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ (AW) ପ୍ରମୁଖ ମଞ୍ଚାସିନ ଥିଲେ । ବ୍ରୟଲର କୁକୁଡ଼ା ପାଳନ ଉପରେ ଚାଷୀମାନଙ୍କୁ ବୈଜ୍ଞାନିକ ପଦ୍ଧତିରେ କୁକୁଡ଼ା ପାଳନ, ଅଳ୍ପ ଖର୍ଚ୍ଚରେ କିପରି ଅତ୍ୟଧିକ ଲାଭବାନ ହେବେ ଏହି ଉପରେ ତାଲିମ ପ୍ରଦାନ କରାଯାଇଛି । ଏପରିକି କୁକୁଡ଼ାମାନଙ୍କୁ ହେଉଥିବା ବିଭିନ୍ନ ପ୍ରକାର ରୋଗର ପ୍ରତିଷେଧକ ବ୍ୟବସ୍ଥା, ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଉପସ୍ଥିତ ଅତିଥି ସମସ୍ତ ଚାଷୀଙ୍କୁ ବୁଝାଇଥିଲେ । କାର୍ଯ୍ୟକ୍ରମର ଶେଷ ଦିବସରେ କୁକୁଡ଼ା ଚାଷୀମାନଙ୍କୁ ନେଇ କ୍ଷେତ୍ର ପରିଦର୍ଶନ କରାଯାଇଥିଲା । ଶେଷରେ ତାଲିମ ପାଇଥିବା କୁକୁଡ଼ା ଚାଷୀଙ୍କୁ ଅତିଥିଙ୍କ ଦ୍ଵାରା ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶିକ୍ଷଣ ସଂଯୋଜକ ଡକ୍ଟର ଅଭିଜିତ ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା