କ୍ରେଜ୍ ବଢାଉଛି ସଉରା ସଙ୍ଗୀତ । ଭାଷାକୁ ନେଇ ଗର୍ବିତ ପ୍ରଯୋଜକ ଶୋଭନ

(ବ୍ୟୁରୋ ରିପୋର୍ଟ): ଦର୍ଶକଙ୍କ ମନ ଛୁଇଁଛି ସଉରା ସଙ୍ଗ “ଗର୍ଡ ଗର୍ଡା” । ମହିମା ମ୍ୟୁଜକ ୟୁଟ୍ୟୁବ୍ ଚ୍ୟାନେଲରେ ଲୋକାର୍ପିତ ଏହି ଭିଡିଓ ମାତ୍ର ଦୁଇ ଦିନରେ ହଜାର ହଜାର ଦର୍ଶକଙ୍କ ମନ ଛୁଇଁଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା ଏକ ଆଦିବାସୀ ସମ୍ପ୍ରଦାୟ (ସଉରା ସମ୍ପ୍ରଦାୟ) ତାର ଭାଷା, କଳା, ଐତିହ୍ୟ ଓ ପରମ୍ପରାକୁ ନେଇ ପ୍ରସ୍ତୁତ କରିଛି ଏହି ସୁନ୍ଦର ଗୀତ “ଗର୍ଡ ଗର୍ଡା” । ପ୍ରଯୋଜକ ଶୋଭନ କାର୍ଜିଙ୍କ ଦୂରଦୃଷ୍ଟି ଏବଂ ନିଜ ଭାଷାକୁ ଭଲ ପାଇ ପ୍ରସ୍ତୁତ କରିଥିବା ଏହି ଗୀତ ଏବେ ଲୋକାଦୃତ ହେବାରେ ଲାଗିଛି । ନିଜ ଭାଷାକୁ ଉର୍ଦ୍ଧ୍ବରେ ରଖି ସେ ଏହି ଗୀତର ପ୍ରତ୍ୟେକ ପଂକ୍ତିକୁ ସଉରା ସମ୍ପ୍ରଦାୟ ପାଇଁ ସମର୍ପିତ କରିଛନ୍ତି । ଏହା ସହିତ ଦର୍ଶକ କିଭଳି ଏହି ଗୀତକୁ ଭଲ ଭାବେ ବୁଝି ପାରିବେ ସେ ନେଇ ଗୀତର ପଂକ୍ତିକୁ ସେ ଇଂରାଜୀରେ ମଧ୍ୟ ପ୍ରକାଶ କରିଛନ୍ତି ।

ଏହି ଗୀତରେ କଣ୍ଠଦାନ କରିଛନ୍ତି ଫେମସ୍ ସଉରା କଣ୍ଠଶିଳ୍ପୀ ସାଧକ କାର୍ଜି ଏବଂ ଲମ୍ବୁ । ମିଲନ କାର୍ଜିଙ୍କ ରଚିତ ଏହି ସଙ୍ଗୀତକୁ ସଜେଇଛନ୍ତି କୁମାର ମଣ୍ଟୁ । ଦର୍ଶକ ପୂର୍ବରୁ ମହିମା ମ୍ୟୁଜିକ ୟୁଟ୍ୟୁବ୍ ଚ୍ୟାନେଲରେ ସଉରା ସମ୍ପ୍ରଦାୟ ଉପରେ ପରିବେଷିତ ଗୀତ “ପିଣ୍ଡାନାମ୍”କୁ ବହୁଳ ମାତ୍ରାରେ ଭଲ ପାଇବା ଦେଇଥିଲେ । ତେବେ “ଗର୍ଡ ଗର୍ଡା” ରିଲିଜ ହେବା ପରେ ଦର୍ଶକ ଏହି ଗୀତକୁ ମଧ୍ୟ ସମ ପରିମାଣରେ ଭଲ ପାଇବା ଦେଉଥିବାରୁ ଏ ନେଇ ଧନ୍ୟବାଦ ଦେଇଛି ପ୍ରଯୋଜନା ସଂସ୍ଥା ।