କୁହୁଳୁଛି ବିଜେପି ! ଦଳୀୟ କର୍ମୀଙ୍କୁ ଖଲାସ ଦାବିରେ ଆନ୍ଦୋଳନ ଜାରି

ଜଗତସିଂହପୁର (ରୀତା ସାହୁ): ଭୁବନେଶ୍ୱରରେ ବିଜେପି ଯୁବମୋର୍ଚ୍ଚାର ଆନ୍ଦୋଳନ ସମୟରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଏବଂ ଦଳୀୟ କର୍ମୀଙ୍କୁ ଅନ୍ୟାୟ ଭାବେ ପୁଲିସ ଗିରଫ କରିବା ପ୍ରତିବାଦରେ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛି ବିଜେପି । ପ୍ରଶାସନ ତୁରନ୍ତ ଦଳୀୟ କର୍ମୀଙ୍କୁ ନିର୍ଦ୍ଦୋଶରେ ଖଲାସ କରିବା ଦାବିରେ ଜିଲ୍ଲା ଏସ୍ସିଙ୍କୁ ବିଜେପି ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ବରିଷ୍ଠ ବିଜେପି ନେତା ବିଭୁପ୍ରସାଦ ତରାଇ, ସମ୍ପଦ ସ୍ଵାଇଁ, ରାଜ କିଶୋର ବେହେରା, ଜିଲ୍ଲା ଯୁବମୋର୍ଚ୍ଚାର ସଭାପତି ମାନସ ରଞ୍ଜନ ମହାପାତ୍ର, ସୁବୋଧ ବାରିକ, ନାରୀନେତ୍ରୀ କ୍ରିଷ୍ଣା ମହାନ୍ତିଙ୍କ ସହ ଶତାଧିକ ବିଜେପି କର୍ମୀ ଏସ୍ସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏସ୍ପିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଯଦି ପ୍ରଶାସନ ତୁରନ୍ତ ଗିରଫ ଯୁବମୋର୍ଚ୍ଚାର କର୍ମୀମାନଙ୍କୁ ଖଲାସ ନ କରେ ତେବେ ଆଗମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ବିଜେପି ଚେତାବନୀ ଦେଇଛି ।