ଓଡିଶା

ବାଜିଲା ହିନ୍ଦୋଳ ଏନ୍ଏସି ନିର୍ବାଚନ ବିଗୁଲ୍ । ଆଜିଠାରୁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି ।

ଢେଙ୍କାନାଳ (ସୁଜିତ କୁମାର ବେହେରା) : ବାଜିଲା ହିନ୍ଦୋଳ ଏନ୍ଏସି ନିର୍ବାଚନ ବିଗୁଲ୍ । ଆଜିଠାରୁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି । ଏପ୍ରିଲ ୩ରେ ଭୋଟ୍ ଗ୍ରହଣ ଓ ୫ରେ ହେବ ଫଳାଫଳ ଘୋଷଣା । ରାଜ୍ୟ ନିର୍ବାଚନ କମିଶନ, ପତ୍ର ସଂଖ୍ୟା ୬୮୭ ରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍ଏସିରେ ସାଧାରଣ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ବିଜ୍ଞପ୍ତି ପ୍ରକାଶ ପାଇବା ପରେ ହିନ୍ଦୋଳ ଏନ୍ଏସିରେ ନିର୍ବାଚନୀ ଉଷ୍ମତା ପ୍ରକାଶ ପାଇଛି । ପ୍ରତ୍ୟେକ ରାଜନୈତିକ ଦଳ ଏନ୍ଏସିର ୧୬ଟି ୱାର୍ଡରେ ନିଜର ଦଳୀୟ ପ୍ରାର୍ଥୀ ଚୟନ ନିମନ୍ତେ ଅଙ୍କକଷା ଆରମ୍ଭ କରିଦେଲେଣି ।

ଏହା ସହ ଆଜି ଅପରାହ୍ନ ୫ ଟାରୁ ଆସନ୍ତା ଏପ୍ରିଲ ୫ ତାରିଖ ଫଳାଫଳ ଘୋଷଣା ଯାଏଁ ଆଦର୍ଶ ଆଚରଣ ବିଧି କାର୍ଯ୍ୟକାରୀ ହେବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି । ଏହି ନିୟମ ଅନୁଯାୟୀ ନିର୍ବାଚନରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ରାଜନୈତିକ ଦଳ ପକ୍ଷରୁ ପ୍ରାଧିକୃତ ବ୍ୟକ୍ତିଙ୍କ ନାମ ସମ୍ପୃକ୍ତ ନିର୍ବାଚନ ଅଧିକାରୀଙ୍କ ନିକଟରେ ମନୋନୟନ ପତ୍ର ଯାଞ୍ଚ ଦିବସର ଦୁଇଦିନ ପୂର୍ବରୁ ଦାଖଲ କରିବା ପାଇଁ ଉଲ୍ଲେଖ କରାଯାଇଛି । ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ନହେବା ପାଇଁ ନଗର ଉନ୍ନୟନ ବିଭାଗ ସମ୍ପୃକ୍ତ ରାଜନୈତିକ ଦଳର ବିଭିନ୍ନ ପଦ ପଦବୀରେ ଥିବା କାର୍ଯ୍ୟକର୍ତ୍ତାମାନେ ନିୟମ ପୂର୍ବକ ପାଳନ କରିବାକୁ ବିଜ୍ଞପ୍ତିରେ ଦର୍ଶାଇଛନ୍ତି ।

ଏହି ଆଚରଣ ବିଧି ଆଜିଠାରୁ ଏନ୍ଏସିର ସମସ୍ତ ୱାର୍ଡରେ ସୀମିତ ରହିବାକୁ କମିଶନଙ୍କ ପକ୍ଷରୁ ଚିଠିରେ ଦର୍ଶାଯାଇଛି । ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଜି ହିନ୍ଦୋଳ ଏନ୍ଏସିର ସମସ୍ତ ୱାର୍ଡରେ ନିର୍ବାଚନୀ ବିଗୁଲ୍ ବାଜିଛି । ବଜାର ଘାଟରେ ନିର୍ବାଚନ ନେଇ ଚର୍ଚ୍ଚା ଜୋର୍ ଧରିଛି । ନିର୍ବାଚନ ପ୍ରକ୍ରିୟା ନେଇ ସ୍ଥାନୀୟ ଏନ୍ଏସି କାର୍ଯ୍ୟାଳୟରୁ ଇଚ୍ଛୁକ ପ୍ରାର୍ଥୀ ପ୍ରାର୍ଥୀନୀମାନେ ମାର୍ଚ୍ଚ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିପାରିବେ । ଆଗାମୀ ୧୭ରେ ନାମାଙ୍କନ ପତ୍ର ଯାଞ୍ଚ ପରେ ୧୮ ରେ ଯାଞ୍ଚରେ ଉପଯୁକ୍ତ ପ୍ରାର୍ଥୀ ପ୍ରାର୍ଥୀନୀଙ୍କ ନାମ ବିଜ୍ଞାପନ ଫଳକରେ ଉଲ୍ଲେଖ କରାଯିବ । ୨୦ ରେ ନାମାଙ୍କନ ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ଆଗାମୀ ଏପ୍ରିଲ ୩ ରେ ଭୋଟ୍ ଗ୍ରହଣ କରାଯାଇ ୫ ରେ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ । ୧୦ ତାରିଖରେ ଔପଚାରିକ ଭାବେ ବିଜୟୀ ଏନ୍ଏସି ଚେୟାରମ୍ୟାନ ଓ କାଉନସିଲରଙ୍କ ନାମ କାର୍ଯ୍ୟାଳୟ ନୋଟିସ୍ ବୋର୍ଡରେ ସଂଲଗ୍ନ କରାଯିବା ସହ ନିର୍ବାଚନ କମିଶନଙ୍କ ନିକଟକୁ ପଠାଇ ଦିଆଯିବା ନେଇ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ସେହିଭଳି ୧୧ରେ ଏନ୍ଏସି ଉପାଧ୍ୟକ୍ଷ ନିର୍ବାଚନ ନେଇ ବିଜୟୀ କାଉନସିଲର ଓ ଚେୟାରମ୍ୟାନଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହେବ । ଏପ୍ରିଲ ୧୯ରେ ଏନ୍ଏସି କାର୍ଯ୍ୟାଳୟରେ ଉପାଧ୍ୟକ୍ଷ ପଦବୀ ନିମନ୍ତେ ଭୋଟ୍ ଦାନ କରାଯିବାକୁ କମିଶନଙ୍କ ପକ୍ଷରୁ ସ୍ଥିରୀକୃତ ହୋଇଛି । ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟାକୁ ଉପଜିଲ୍ଲାପାଳ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ଵ ନିର୍ବାହ କରିବା ନେଇ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ପ୍ରକାଶ ପାଇଛି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା