ଦେଶ ବିଦେଶ

ମତଦାନ ଆରମ୍ଭରୁ ବିଜେପି ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ବିଜେତା

ବ୍ୟୁରୋ ରିପୋର୍ଟ : ଆଜି ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ପାଇଁ ହେଉଛି ମତଦାନ । ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଏହା ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ । ମେଘାଳୟ ବିଧାନସଭାର ୬୦ଟି ଆସନରୁ ୫୯ଟି ଆସନ ପାଇଁ ଲଢେଇ ଜାରି ରହିଛି । ପୂର୍ବତନ ମେଘାଳୟର ମନ୍ତ୍ରୀ ତଥା ୟୁନାଇଟେଡ୍ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଲିଙ୍ଗଡୋହଙ୍କ ମୃତ୍ୟୁ ପରେ ସୋହିଓଙ୍ଗ ଆସନରୁ ଭୋଟ୍ ଗ୍ରହଣ ବନ୍ଦ ରହିଛି । ସେହିପରି ନାଗାଲାଣ୍ଡର ଅକୁଲୁଟୋ ଆସନରୁ କଂଗ୍ରେସ ପ୍ରାର୍ଥୀ ନାମାଙ୍କନପତ୍ର ପ୍ରତ୍ୟାହାର କରି ନେବାରୁ ବିଜେପି ପ୍ରାର୍ଥୀ ସେଠାରେ ନିଦ୍ୱର୍ନ୍ଦ୍ୱରେ ବିଜେତା ହୋଇଛନ୍ତି । ତେଣୁ ସେଠାରେ ମଧ୍ୟ ୬୦ ଆସନରୁ ୫୯ଟିରେ ଭୋଟ୍ ଗ୍ରହଣ ହେଉଛି ।

କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ନିର୍ବାଚନକୁ ଦୃଷ୍ଟିରେ ରଖି ମେଘାଳୟରେ ଭାରତ-ବାଂଲାଦେଶ ସୀମାକୁ ସିଲ କରାଯାଇଛି । ଏହା ସହିତ ଆସାମ ସହିତ ସୀମା ମଧ୍ୟ ସିଲ କରାଯାଇଛି । ଉଭୟ ରାଜ୍ୟର ମୋଟ ୧୧୮ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ୍ ଗ୍ରହଣ ଚାଲିଛି । ଉଭୟ ରାଜ୍ୟକୁ ମିଶାଇ ୫୫୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା । ନାଗାଲାଣ୍ଡରେ ଚାରିଜଣ ମହିଳା ସଦସ୍ୟଙ୍କ ସମେତ ମୋଟ ୧୮୩ ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ । ସେହିପରି ମେଘାଳୟରେ ୩୬ ଜଣ ମହିଳାଙ୍କ ସମେତ ୩୬୯ ଜଣ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି । ମାର୍ଚ୍ଚ ୨ରେ ମେଘାଳୟ, ନାଗାଲାଣ୍ଡ ଏବଂ ଅନ୍ୟ ଏକ ରାଜ୍ୟ ତ୍ରିପୁରା ପାଇଁ ଭୋଟ୍ ଗଣତି ହେବ ।

ମେଘାଳୟରେ ସମସ୍ତ ଦଳ ଏକାକୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ୨୦୧୮ ତୁଳନାରେ, ଏଥର ବିଜେପି ଏବଂ ନ୍ୟାସନାଲ ପିପୁଲ୍ସ ପାର୍ଟି (NPP) କୌଣସି ପ୍ରି-ପୋଲ୍ ମେଣ୍ଟ କରିନାହାଁନ୍ତି । ୨୦୧୮ ବିଧାନସଭା ନିର୍ବାଚନରେ ମେଘାଳୟରେ କଂଗ୍ରେସ ସର୍ବାଧିକ ୨୧ଟି ସିଟରେ ବିଜୟ ହାସଲ କରିଥିଲା । କିନ୍ତୁ ୨୦ଟି ସିଟ୍ ଜିତିଥିବା ନ୍ୟାସନାଲ ପିପୁଲସ ପାର୍ଟି (NPP), ବିଜେପି ଓ ଅନ୍ୟ ଆଞ୍ଚଳିକ ଦଳ ସହ ମେଣ୍ଟ କରି ସରକାର ଗଢ଼ିଥିଲା । 

ସେହିପରି ନାଗାଲାଣ୍ଡରେ ବିକାଶ ଓ ରୋଜଗାରର ପ୍ରତିଶ୍ରୁତି ଦେଇ ବିଜେପି ଓ ନ୍ୟାସନାଲ ଡେମୋକ୍ରେଟିକ୍ ପ୍ରୋଗ୍ରେସିଭ୍ ପାର୍ଟି (NDPP) ପୁଣି କ୍ଷମତା ହାତେଇବାକୁ ଆଶା ରଖିଛନ୍ତି । ନାଗାଲାଣ୍ଡରେ ବିଜେପି ୨୦ଟି ନ୍ୟାସନାଲ ଡେମୋକ୍ରେଟିକ୍ ପ୍ରୋଗ୍ରେସିଭ୍ ପାର୍ଟି ୪୦ଟି ସିଟରେ ପ୍ରାର୍ଥୀ ଦେଇଛି । ସେହିପରି ନାଗା ପିପୁଲସ ଫ୍ରଣ୍ଟ ୨୨ଟି ଓ କଂଗ୍ରେସ ୨୩ଟି ସିଟରେ ପ୍ରାର୍ଥୀ ଦେଇଛି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି
ଦେଶ ବିଦେଶ

କର୍ଣ୍ଣାଟକରେ ଓମିକ୍ରନ୍ ଭୟ: ମଲ୍, ସିନେମା ହଲ୍ ପରିଦର୍ଶନ ପାଇଁ ଦୁଇଟି ଡୋଜ୍ ଜରୁରୀ | ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂତନ ନିୟମ |

କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ମଲ, ପ୍ରେକ୍ଷାଳୟ ଏବଂ ସିନେମା ହଲ ପାଇଁ ବାଧ୍ୟତାମୂଳକ କରିଛନ୍ତି ଯେ କେବଳ ସେହି ପରିଦର୍ଶକଙ୍କୁ କୋଭିଡ -19 ଟିକା ନେଇଛନ୍ତି।