ନିଆଁ ଲାଗି ନଷ୍ଟ ହୋଇଗଲା ୩୦ ଏକରରୁ ଉର୍ଦ୍ଧ୍ବ ଗଛ

ବେଗୁନିଆପଡା (ବାପୁନି କୁମାର ମାଲୁ): ନିଆଁ ଲାଗି ଜଳିଗଲା କାଜୁ ଓ ଶାଗୁଆନ୍ ବଗାନ । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏସ.ଛଚିନା ଡାଳବଣିଆ ନିକଟରେ ନିଆଁ ଲାଗି ପ୍ରାୟ ୩୦ ଏକରରୁ ଉର୍ଦ୍ଧ୍ବ କାଜୁ ଓ ଶାଗୁଆନ ବଗାନ ପୋଡି ନଷ୍ଟ ହୋଇଯାଇଛି । ଖବର ପାଇ କୋଦଳା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଛନ୍ତି । ନିଆଁ ଲାଗିବାର କାରଣ ଜଣାପଡ଼ି ନଥିବାବେଳେ ଅତ୍ୟଧିକ ଗ୍ରୀଷ୍ମ ଉତ୍ତାପ ଯୋଗୁଁ ନିଆଁ ଖୁବକମ୍ ସମୟରେ ପ୍ରବଳ ବେଗରେ ବ୍ୟାପିଥିବା ଦେଖିବାକୁ ମିଳିଥିଲା । ନିଆଁରେ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ଚରଣ ବିଷୋୟୀ, ସୁବାସ ବିଷୋୟୀ, ଟୁକୁନା ବିଷୋୟୀ, ଯୋଗୀ ଗୌଡ଼, ସୁରେନ୍ଦ୍ର ସେଠି, ପୂର୍ଣ୍ଣ ଚନ୍ଦ୍ର ସେଠି, କାମରାଜୁ ସେଠି, ନିରଞ୍ଜନ ସେଠିଙ୍କ ସମେତ ଅନେକଙ୍କ କାଜୁ ଓ ଶାଗୁଆନ ବଗାନ ପୋଡ଼ି ନଷ୍ଟ ହୋଇଯାଇଛି । ଏମାନେ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ସରକାରୀ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି ।