ଓଡିଶା

ବେଗୁନିଆପଡା ବ୍ଲକର ୨୩ଟି ପଞ୍ଚାୟତ କାର୍ଯ୍ୟଳୟ ସମ୍ମୁଖରେ ବିଜେଡିର ଗଣବିକ୍ଷୋଭ

ବେଗୁନିଆପଡା (ବାପୁନି କୁମାର ମାଲୁ): କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମିଳୁଥିବା ୫କେଜି ଲେଖାଏଁ ଚାଉଳ ବନ୍ଦ କରିବା ନେଇ ରାଜ୍ୟ ବିଜୁ ଜନତା ଦଳ ପ୍ରତିବାଦ ଆରମ୍ଭ କରିଥିବା ବେଳେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ଆହ୍ବନକ୍ରମେ ବେଗୁନିଆପଡା ବ୍ଲକର ୨୩ଟି ଗ୍ରାମପଞ୍ଚାୟତରେ ବିକ୍ଷୋଭ ଅନୁଷ୍ଠିତ ହୋଇଛି । ବେଗୁନିଆପଡା, ଖଣ୍ଡିଆନଈ, ମର୍ଦ୍ଦକୋଟ, ଚିଙ୍ଗୁଡି ଖୋଲ, କେ.ବରିଡା, ଚନ୍ଦନପୁର, ଏସ୍.ଛଚିନା, ବୁରୁଝରୀ, ସୁମୁଣ୍ଡଳ, ସାଙ୍କୁଡା, ଷଣ୍ଢମୂଳ, ଅଙ୍ଗାରଗାଁ, କୁମ୍ଭାରଙ୍ଗାଁ, ତାଳସର, ଖଈରଖମା, ଫାସି, ଦିଗାପଡା, ମର୍ଦ୍ଧମେଖ, ସାନଉସ୍ତାପଡା, କାଳିମେଘି, ମଠସରସିଙ୍ଗ୍, ଘୋଡାପଡା ପଞ୍ଚାୟତ କାର୍ଯ୍ୟଳୟ ଗୁଡିକରେ ସମସ୍ତ ସରପଞ୍ଚ ଓ ସମିତିସଭ୍ୟା ଏବଂ ବିଜୁ ଜନତା ଦଳର ସମସ୍ତ କର୍ମୀମାନେ ଯୋଗଦେଇ ଗଣ ବିକ୍ଷୋଭ କରିବା ସହ ମହାମହିମ ରାଷ୍ଟପ୍ରତିଙ୍କ ଉଦ୍ଦେଶ୍ୟରେ  ଗ୍ରାମ ସେବକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଏହି ଗଣ ବିକ୍ଷୋଭ କାର୍ଯ୍ୟକ୍ରମରେ ୪୫ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟା ମଧୁମିତା ସାହୁ,  ବ୍ଲକ ଅଧକ୍ଷା ରେଣୁ ଗୌଡ଼, ଉପାଧକ୍ଷ ସୁଧାକର ପ୍ରଧାନ, ବ୍ଲକ ବିଜେଡି ସଭାପତି ସିମାଞ୍ଚଳ ସାମଲ, ସମାଜସେବୀ ମହେଶ୍ବର ବରାଡ, ପୂର୍ବତନ ଜିଲ୍ଲାପରିଷଦ ତ୍ରିନାଥ ଭୁୟାଁଙ୍କ ସମେତ ବିଜେଡିର ସକ୍ରୀୟ କର୍ମମାନେ ସାମିଲ୍ ଥିଲେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା