୩୦ତମ ରାଜ୍ୟ ସ୍ତରୀୟ ଭଳିବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଜଗତସିଂହପୁର (ରୀତା ସାହୁ): ଜଗତସିଂହପୁର ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ପୁରୁଣାଗଡରେ ଆଶ୍ରମପାଟଣା ଭଳିବଲ୍ ୟୁନିୟନ ଏବଂ ପ୍ରଫୁଲ୍ଲ ପାଠାଗାର ମିଳିତ ଆନୁକୂଲ୍ୟରେ ୩୦ତମ ରାଜ୍ୟ ସ୍ତରୀୟ ଏକ ଦିବସୀୟ ଦିବାରାତ୍ର ଭଳିବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଫାଇନାଲ୍ ମ୍ୟାଚ୍ ଦାଦା ଭୁବନେଶ୍ୱର ଓ ଫରିଦ ଖୋର୍ଦ୍ଧା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଦାଦା ଭୁବନେଶ୍ବର ୨-୧ ସେଟ୍ ରେ ଫରିଦ୍ ଖୋର୍ଦ୍ଧାକୁ ହରାଇ ବିଜୟ ମୁକୁଟ ପରିଧାନ କରିଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରକାରୀ ଦଳର ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ବ୍ଳକ ଅଧ୍ୟକ୍ଷା କନକପ୍ରଭା ଲେଙ୍କା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ ଭୋଇ, ଆୟୋଜକ ନିରଞ୍ଜନ ଦାଶ ପ୍ରମୁଖ ଯୋଗ ଦେଇ ବିଜୟୀ ଟିମ୍ କୁ ଟ୍ରଫି ପ୍ରଦାନ କରିବା ସହିତ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ୧୧ଟି ଦଳ ଅଂଶ ଗ୍ରହଣ କରିଥିଲେ ।