ଜଗତସିଂହପୁର ଜିଲ୍ଲାରେ ଆଗ୍ରଣୀ ଅନୁଷ୍ଠାନ ହେବ “ରସା”

ଜଗତସିଂହପୁର (ରୀତା ସାହୁ): ଜଗତସିଂହପୁରସ୍ଥିତ ସ୍ଥାନୀୟ ସଂସ୍କୃତି ଭବନରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ “ରସା”ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଡା ପ୍ରସନ୍ନ ପାଟଶାଣୀ, ସମାଜସେବୀ ସଂଜୀବ ମହାନ୍ତି ଉପସ୍ଥିତ ଥିଲେ । ଏଥିରେ ମୁଖ୍ୟ ବକ୍ତା ଭାବେ ବିର କିଶୋର ପରିଡା, ବରିଷ୍ଠ ସାମ୍ବାଦିକ ଜ୍ଞାନ ରଂଜନ ସାମନ୍ତରାୟ, ରସାର ସମ୍ପାଦଦ ନିରଞ୍ଜନ ବାରିକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇ ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ଆଲୋଚନା କରିଥିଲେ । ପରେ ସମାଜସେବୀ ସଂଜୀବ ମହାନ୍ତି “ରସା” ଅନୁଷ୍ଠାନକୁ ଏକ ଆମ୍ବୁଲାନ୍ସ ଉପହାର ସ୍ୱରୁପ ପ୍ରଦାନ କରିଥିଲେ । ସାଧାରଣ ଲୋକଙ୍କ ପାଇଁ ଏହି ଆମ୍ବୁଲାନ୍ସ ଉତ୍ସର୍ଗୀକୃତ ବୋଲି ଅତିଥିମାନେ କହିବା ସହିତ ଆଗମୀ ଦିନରେ ଅନୁଷ୍ଠାନ ଆହୁରି ଅନେକ କିଛି କାର୍ଯ୍ୟ କରି ଜିଲ୍ଲାରେ ଏକ ନମ୍ବର ଅନୁଷ୍ଠାନ ହୋଇପାରିବ ବୋଲି ଅତିଥିମାନେ ମତ ପ୍ରକାଶ କରିଛନ୍ତି ।