ଓଡିଶା

ଗଜପତିରେ ପରମ ପ୍ରେମମୟ ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୫ତମ ଜନ୍ମ ଉତ୍ସବ ପାଳିତ

ଗଜପତି (ବିବେକାନନ୍ଦ ବେହେରା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ମହେନ୍ଦ୍ରତନୟା ନିକଟରେ ଥିବା ସତସଙ୍ଗ ବିହାରରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୫ତମ ଜନ୍ମ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ଶ୍ରୀ ଠାକୁରଙ୍କ ବିଗ୍ରହକୁ ରଥାରୂଢ କରି ଶତାଧିକ ଭକ୍ତ ନଗର ପରିକ୍ରମା କରିବା ସହ ନଗର କୀର୍ତ୍ତନ କରିଥିଲେ । ଆୟୋଜିତ ଉତ୍ସବରେ ସୁଦୂର ନିମାପଡାରୁ ମୁଖ୍ୟ ଅତିଥି ପୁଲିନ୍ କୁମାର ନାୟକ ଯୋଗ ଦେଇଥିବା ବେଳେ ହରିଦ୍ୱାରରୁ ବାବା ପୁରବ ହିସାବର ଅଧିସ୍ଥଳୀର କର୍ମୀ ପ୍ରଶାନ୍ତ କୁମାର ପ୍ରଧାନ, ଶ୍ରୀ ପଟ୍ଟନାୟକ, ଶୁଭେନ୍ଦୁ ପାଣିଗ୍ରାହୀ, ହରିଶ ଚନ୍ଦ୍ର ଦାସ, ହୃଦୟାନନ୍ଦ ପଣ୍ଡା ଓ ଶତାଧିକ ଭକ୍ତ ଯୋଗ ଦେଇଥିଲେ । ଏଥିରେ ସତସଙ୍ଘ ବିହାରରେ ସଙ୍ଗୀତ ପରିବେଷଣ ଓ ପ୍ରସାଦ ସେବନ ସହ ଜୟଗୁରୁ ଧ୍ବନିରେ ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଉତ୍ସବରେ ଜିଲ୍ଲାର ସମସ୍ତ ବ୍ଲକରୁ ଗୁରୁଭାଇ ଓ ମାଆମାନେ ସକ୍ରିୟ ସହଯୋଗ କରି ସତସଙ୍ଗକୁ ସଫଳ କରିଥିଲେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା