ଓଡିଶା ବ୍ୟବସାୟ ଯ଼ୋଗାଯ଼ୋଗ

ଓଡିଶା ମାର୍କେଟରେ ପ୍ରବେଶ କଲା ଜେ.ଆର୍ ଏଲିଭେଟର୍ସ

(ବ୍ୟୁରୋ ରିପୋର୍ଟ): ହାଇଦ୍ରାବାଦସ୍ଥିତ ଜେ.ଆର୍. ଏଲିଭେଟର୍ସ ଏବେ ଓଡିଶା ମାର୍କେଟରେ ପ୍ରବେଶ କରିଛି । ଆଇଏସ୍ଓ ୯୦୦୧ ସାର୍ଟିଫିକେଟ୍ ହାସଲ କରିଥିବା ଏହି କଂପାନୀ ତାର ଗ୍ରାହକମାନଙ୍କୁ ସବୁବର୍ଗର ଲିଫ୍ଟ ସୁଲଭ ମୂଲ୍ୟରେ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛି । ୨୦୧୬ ମସିହାରେ ହାଇଦ୍ରାବାଦରେ ଏହି କଂପାନୀ ଆରମ୍ଭ ହୋଇଥିଲା । ମାତ୍ର ୮ ବର୍ଷ ମଧ୍ୟରେ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଓଡିଶା, କର୍ଣ୍ଣାଟକ ଆଦି ରାଜ୍ୟରେ କଂପାନୀ ତାର ଭଲ କାମ କରିଛି ।

ଜେ.ଆର୍. ଏଲିଭିଟର୍ସ ତାର ଗ୍ରାହକମାନଙ୍କୁ ପାସେଞ୍ଜର ଲିଫ୍ଟ, ହାଇଡ୍ରୋଲିକ୍ ଲିଫ୍ଟ, ହସ୍ପିଟାଲ ଲିଫ୍ଟ, ଗୁଡ୍ସ ଲିଫ୍ଟ, କ୍ୟାପସୁଲ୍ ଲିଫ୍ଟ, ଷ୍ଟ୍ରକଚର ଲିଫ୍ଟ ଆଦି ଯୋଗାଇ ଦେଉଛି । କେବଳ ସେତିକି ନୁହେଁ କଂପାନୀ ମାନୁଆଲ୍, ସେମି ଅଟୋମେଟିକ୍, ଫୁଲ୍ ଅଟୋମେଟିକ୍, ଗିୟର ଓ ବିନା ଗିୟର ଲିଫ୍ଟ ମଧ୍ୟ ଯୋଗାଇ ଦେଉଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କଂପାନୀ ତାର ଉତ୍ପାଦ ଉପରେ ୱାରେଣ୍ଟି ଦେଉ ନାହିଁ । ପ୍ରତ୍ୟେକ ଯନ୍ତ୍ରାଂଶରେ ଗ୍ୟାରେଣ୍ଟି ଦେଉଛି । ଏହାସହ କଂପାନୀ ଦୀର୍ଘ ଏକ ବର୍ଷ ପର୍ଯ୍ୟନ୍ତ ମାଗଣା ସେବା ଯୋଗାଇବ ବୋଲି ଓଡିଶା ମାର୍କେଟିଂ ମୁଖ୍ୟ ପ୍ରଭାକର ଦଳାଇ କହିଛନ୍ତି । ଏତଦ୍ ବ୍ୟତୀତ ଅନ୍ୟ କଂପାନୀ ତୁଳନାରେ ଜେ.ଆର. ଏଲିଭିଟର୍ସ କମ୍ ଦାମରେ ଦୀର୍ଘସ୍ଥାୟୀ ଯନ୍ତ୍ରାଂଶ ଯୋଗାଇ ଦେବାକୁ ପ୍ରତିଶୃତି ବଦ୍ଧ ବୋଲି ଏହାର ମୁଖ୍ୟ କାର୍ଯ୍ୟନିର୍ବହୀ ଅଧିକାରୀ ରବିନ୍ଦ୍ର ଆଚାର୍ଯ୍ୟ କହିଛନ୍ତି ।

କଂପାନୀର ରଜ୍ୟ ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱର ପଳୀଶୁଣୀ ନିକଟ ସପ୍ତସତୀ ବିହାରରେ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠଚଳଚ୍ଚିତ୍ର ନିର୍ଦେଶକ ତଥା ଅଭିନେତା ଅଶୋକ କୁମାର ମଲ୍ଲିକ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ସୁରେଶ ଦାସ, ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା କାଳୀଚରଣ ଆଚାର୍ଯ୍ୟ, ହାସ୍ୟ ଅଭିନେତା ଯଦୁମଣୀ ମହାନ୍ତ, ହାସ୍ୟ ଅଭିନେତା ପୂର୍ଣ୍ଣଚନ୍ଦ୍ର ହିଷ୍ଟ୍ରିରିଆ, ଗୀତିକାର ଅଶୋକ କୁମାର ମୁଦୁଲି, ଜେ.ଆର ମୁଖ୍ୟ ରଂଜନ କୁମାର ଦେ, ସିଇଓ ରବୀନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା