ଦେଶ ବିଦେଶ ବ୍ୟବସାୟ

ମହଙ୍ଗା ହେବ ଋଣ… ଆରବିଆଇ ବଢାଇଲା ରେପୋ ରେଟ୍

ବ୍ୟୁରୋ ରିପୋର୍ଟ: ମହଙ୍ଗା ହେବ ଋଣ । ପୁଣି ବଢିବ ଇଏମଆଇ ସୁଧ ହାର । ଆରବିଆଇ ବଢାଇଲା ରେପୋ ରେଟ୍ । ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ରେପୋ ରେଟ୍‌ରେ ୨୫ ବେସିସ୍‌ ପଏଣ୍ଟ ତଥା ୦.୨୫ ପ୍ରତିଶତ ବୃଦ୍ଧି କରିଛି । ଫଳରେ ରେପୋ ରେଟ୍ ଏବେ ୬.୨୫ପ୍ରତିଶତରୁ ୬.୫୦ ପ୍ରତିଶତକୁ ବୃଦ୍ଧି ପାଇଛି । ରେପୋ ରେଟ୍ ବଢିବା ଯୋଗୁଁ ଘର, ଅଟୋ ଏବଂ ବ୍ୟକ୍ତିଗତ ଋଣ ମହଙ୍ଗା ହେବ । ଏହାସହ ଋଣ ନେଉଥିବା ବ୍ୟକ୍ତିଙ୍କୁ ଇଏମଆଇ ଅଧିକ ଦେବାକୁ ପଡିବ ।

ଦେଶରେ ମୁଦ୍ରାସ୍ଫୀତି ହାର ହ୍ରାସ ପାଇବା ପରେ ମଧ୍ୟ ରିଜର୍ଭ ବ୍ୟାଙ୍କ କ୍ରମାଗତ ଷଷ୍ଠ ଥର ପାଇଁ ରେପୋ ରେଟ୍ ବୃଦ୍ଧି କରିବାକୁ ଘୋଷଣା କରିଛି । ଦେଶର ସାଧାରଣ ବଜେଟ ଉପସ୍ଥାପନା ପରେ ଆଜି ଆରବିଆଇ ଏମପିସିର ବୈଠକ ବସିଥିଲା । ବୈଠକ ପରେ ରେପୋ ରେଟ୍‌ ବୃଦ୍ଧି କରାଯାଇଥିବା ନେଇ ଆର୍‌ବିଆଇ ଗଭର୍ଣ୍ଣର ଶଶିକାନ୍ତ ଦାସ ନିଷ୍ପତ୍ତି ନେଇଛନ୍ତି । ଆରବିଆଇ ବୋର୍ଡର ୬ ଜଣିଆ ସଦସ୍ୟରୁ ୪ ଜଣ ମନିଟାରୀ କମିଟିକୁ ସ୍ୱୀକୃତି ଦେଇଛନ୍ତି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ବ୍ୟବସାୟ

ଡି-ଷ୍ଟ୍ରିଟରେ ଓମିକ୍ରନ୍ ପ୍ରଭାବ

ନୂଆଦିଲ୍ଲୀ / ମୁମ୍ୱାଇ: ଦୁଇ ଦିନର ଲାଭ ପରେ, ଡାଲାଲ ଷ୍ଟ୍ରିଟ୍ ଶୁକ୍ରବାର ଦିନ ବେଞ୍ଚମାର୍କ ଇଣ୍ଡେକ୍ସକୁ ତଳକୁ ଠେଲିଦେଲା | ବ୍ୟାଙ୍କ, ଏଫଏମସିଜି ଏବଂ ଆଇଟି
ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି