ଓଡିଶା ମନୋରଞ୍ଜନ

ରିଲିଜ୍ ହେବାକୁ ଯାଉଛି ପାୱାର ପ୍ୟାକ୍ ଚଳଚ୍ଚିତ୍ର ‘ଜହ୍ନ ରାତିର ସାଥି’

(ବ୍ୟୁରୋ ରିପୋର୍ଟ): ରହସ୍ୟ ସାଙ୍ଗକୁ ରୋମାଞ୍ଚଭରା କାହାଣୀ, ଆଉ ସହିତ ପ୍ରଜ୍ଞା ଓ ଶଙ୍କରଙ୍କ ସୁପର କମେଡି ଏବଂ ଚୌଧୁରୀ ଜୟପ୍ରକାଶ ଦାସ (ଟିଲୁ ଭାଇନା)ଙ୍କ ଇମୋସନାଲ କ୍ୟାରେକ୍ଟରକୁ ନେଇ ପ୍ରସ୍ତୁତ ହୋଇଛି ଓଡିଆ ଚଳଚ୍ଚିତ୍ର ‘ଜହ୍ନ ରାତିର ସାଥି’ । ଚଳଚ୍ଚିତ୍ରରେ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ତିନି ତିନିଟି ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇଥିବାବେଳେ ପ୍ରଥମଥର ଲାଗି ପୁନମ୍ ଏକ ଗମ୍ଭୀର ଚରିତ୍ରରେ ଦର୍ଶକଙ୍କ ସାମ୍ନାକୁ ଆସିବେ । ଏହି ଚଳଚ୍ଚିତ୍ରରେ ନାୟକ ଭୂମିକାରେ ସମ୍ବିତ ଥିବାବେଳେ ନାୟିକ ରହିଛନ୍ତି ଶୀତଲ । ଅନ୍ୟାନ୍ୟ ଚରିତ୍ରରେ ସମରେଶ, ପୃଥ୍ବୀରାଜ ଓ ନୈନା ଦାଶ ପ୍ରମୁଖ ନଜର ଆସିବେ ।

ଆର୍ଟମାସ କ୍ରିଏଟିଭସ୍ ପ୍ରା. ଲି. ଦ୍ବାରା ପ୍ରସ୍ତୁତ ଏହି ଚଳଚ୍ଚିତ୍ରରେ ପ୍ରଯୋଜନା ଭାର ଅଜୟ କୁମାର ରାଉତ ସମ୍ଭାଳିଥିବାବେଳେ ସହ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ରାଜା ରାଥୋଡ ଓ ନାରାୟଣ ଜେନା । ଜିତେନ୍ଦ୍ର ଜେନା ଓ ଅଜୟ କୁମାର ରାଉତଙ୍କ କାହାଣୀ ଓ ଚିତ୍ରନାଟ୍ୟରେ ପ୍ରସ୍ତୁତ ଫିଲ୍ମକୁ ସଙ୍ଗୀତରେ ସଜାଇଛନ୍ତି ଗୁଡଲୀ ରଥ । ଅଜୟ କୁମାର ରାଉତ ସଂଳାପ ରଚନା କରିଥିବାବେଳେ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଅମିତ୍ ନାୟକ । ରୋମାନ୍ସ, ଥ୍ରୀଲିର, କମେଡି ଓ ଇମୋସନକୁ ନେଇ ଫୁଲ୍ ପାୱାର ପ୍ୟାକ୍ ଚଳଚ୍ଚିତ୍ର ‘ଜହ୍ନ ରାତିର ସାଥି’ ଖୁବ୍ ଶୀଘ୍ର ସିନେମା ହଲରେ ରିଲିଜ ହେବ ବୋଲି କହିଛନ୍ତି ପ୍ରଯୋଜକ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା