ଅଳକା ଆଶ୍ରମ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବ ରଥ

ଜଗତସିଂହପୁର (ରୀତା ସାହୁ): ଅଳକା ଆଶ୍ରମ ପାଳନ କରୁଛି ତାର ଶତବାର୍ଷିକୀ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରୀ ଯୋଗ ଦେଇ ଆଶ୍ରମର ଏକ ରଥକୁ ଶୁଭାରମ୍ଭ କରିଥିଲେ । ଏହି ରଥ ଜିଲ୍ଲାର ୮ଟି ବ୍ଳକ ବୁଲିବା ସହିତ ଅଳକା ଆଶ୍ରମ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବ । କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଳକା ଆଶ୍ରମର ଆବାହକ ଦେବେନ୍ଦ୍ର ରାଉତ, ଭଗବାନ ଦାଶ, ଉତ୍କଳ ରଂଜନ ମହାନ୍ତି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକଙ୍କ ସହ ସମସ୍ତ ଅଳକା ଆଶ୍ରମର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇ ରଥକୁ ଏକ ସାଂସ୍କୃତିକ ଶୋଭାଯାତ୍ରାରେ ସହର ପରିକ୍ରମା କରାଇଥିଲେ ।