ଓଡିଶା

ମଦର୍ସ ପବ୍ଲିକ୍ ବିଦ୍ୟାଳୟରେ ପିଲାଙ୍କୁ ସଙ୍ଗୀତ ଶିକ୍ଷା ଦେବେ ଏହଶାନ୍ ନୁରାନି

ଭୁବନେଶ୍ୱର: ମଦର୍ସ ପବ୍ଲିକ୍ ସ୍କୁଲ୍ ଏବଂ ପ୍ରଖ୍ୟାତ ସଙ୍ଗୀତଜ୍ଞ ଏହଶାନ ନୁରାନିଙ୍କ ମୁ୍ୟଜିକାଲ କମ୍ପାନୀ ଟୋରିନ୍ସ ମଧ୍ୟରେ ଏକ ସହଭାଗିତା ହୋଇଛି । ଏଣିକି ମଦର୍ସ ପବ୍ଲିକ୍ ସ୍କୁଲ୍ରେ ପିଲାଙ୍କୁ ସଙ୍ଗୀତ ଶିକ୍ଷା ଦେବେ ଏହଶାନ୍ ନୁରାନିଙ୍କ ମୁ୍ୟଜିକାଲ କମ୍ପାନୀ । ଏ ନେଇ ଏହଶାନ ଓ ତାଙ୍କ ବ୍ୟାଣ୍ଡ ପାହାଳ ଓ ୟୁନିଟ୍ ୧ ସ୍ଥିତ ମଦର୍ସ ପବ୍ଲିକ୍ ସ୍କୁଲ୍ କ୍ୟାମ୍ପସ୍ଗୁଡିକରେ ଛାତ୍ରଛାତ୍ରୀଙ୍କ ସହ ପ୍ରଦର୍ଶନ କରିଛନ୍ତି । ଏହି ରେମାଂଚକର ପ୍ରଦର୍ଶନରେ ବିମୋହିତ ହୋଇଛନ୍ତି ଦର୍ଶକ । ଉତ୍ସବରେ ଛାତ୍ରଛାତ୍ରୀ ମଧ୍ୟ ଏହଶାନ୍ ନୁରାନିଙ୍କ ସହ ବାର୍ତାଳାପ କରିବାର ସୁଯୋଗ ପାଇଛନ୍ତି ।

ଏହି ଅବସରରେ ଲୋକପ୍ରିୟ ସଙ୍ଗୀତଜ୍ଞ ଏହଶାନ ନୁରାନି କହିଛନ୍ତି ଯେ, ‘ମୁଁ ଓଡିଶାକୁ ଆସି ଖୁବ୍ ଖୁସି ଅନୁଭବ କରୁଛି । ଯୁବ ପ୍ରତିଭାମାନେ ଯେଉଁଭଳି ଭାବେ ଚମକ୍ରାର ପ୍ରଦର୍ଶନ କରୁଛନ୍ତି ତାହାକୁ ଦେଖି ମୁଁ ଖୁବ୍ ଉତ୍ସାହିତ । ବିଦ୍ୟାଳୟରେ କଳା ଓ ସଙ୍ଗୀତକୁ ପ୍ରୋତ୍ସାହିତ କରିବା ଏକ ଅତ୍ୟଧିକ ଭଲ କାର୍ଯ୍ୟ’ । ସେହିପରି ମଦର୍ସ ପବ୍ଲିକ୍ ସ୍କୁଲ୍ର ପ୍ରିନ୍ସିପାଲ ପଲି ପଟ୍ଟନାୟକ କହିଛନ୍ତି ଯେ, ‘ଏଭଳି ଜଣେ କିମ୍ବନ୍ଦନ୍ତୀ ସଙ୍ଗୀତଜ୍ଞ ଆମ ସହ ହାତ ମିଳାଇବା ଏବଂ ଆମ ବିଦ୍ୟାଳୟରେ ପ୍ରଦର୍ଶନ କରିବା ଆମ ପାଇଁ ଗୌରବର ବିଷୟ’ ।
ମଦର୍ସ ପବ୍ଲିକ୍ ସ୍କୁଲର ପ୍ରିନ୍ସିପାଲ୍ ଜଣେ କଳାକାର ହୋଇଥିବା ବେଳେ ସେ କଳାକୁ ଉପଭୋଗ କରିବା ଏବଂ ଏହାକୁ ନିଜ ଅଧିନରେ ଥିବା ଛାତ୍ରଛାତ୍ରୀଙ୍କ ଜୀବନର ଏକ ଅଂଶ କରିବା ପାଇଁ ସବୁବେଳେ ପ୍ରୟାସ କରିଆସୁଛନ୍ତି । ଏହି ଅବସରରେ ମଦର୍ସ ପବ୍ଲିକ୍ ସ୍କୁଲ୍ର ନିଦେ୍ର୍ଦଶକ ଶ୍ରୀଜିତ୍ ପଟ୍ଟନାୟକ କହିଛନ୍ତି ଯେ, ସେ ମଦର୍ସ ପରିବାରକୁ ଚୟନ କରୁଥିବା ଯେକୌଣସି କ୍ୟାରିୟରରେ ସଫଳ ହେବା ପାଇଁ ଏକ ସାମଗ୍ରିକ ବିକାଶ ଲାଗି ସର୍ବୋତମ ସୁବିଧା ପ୍ରଦାନ କରିବା ପାଇଁ ସବୁସମ୍ଭବ ପ୍ରୟାସ କରିବେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା