ସତ୍ୟ ଯୁଗର ଅଲୌକିକ ତୁଳସୀ ଗଛ

ସାଲେପୁର (ଅଭୟ ଜେନା): ସତ୍ୟ ଯୁଗର ଅଲୌକିକ ତୁଳସୀ ଗଛ । ଅନ୍ୟୁନ ୬୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି ବୃକ୍ଷର ଚଉଡା ପ୍ରାୟ ୧୦ ଫୁଟ । ଏହି ତୁଳସୀ ଗଛଟି ସାଧାରଣ ତୁଳସୀ ଗଛ ପରି ହୋଇନଥିବା ବେଳେ ପତ୍ରରେ ତୁଳସୀର ନୈସର୍ଗିକ ବାସ୍ନା ଅନୁଭୂତ ହୁଏ ନାହିଁ । ସାଧରଣରେ ଆଲୋଚନା ହୁଏ ଯେ, ଏହା ହେଉଛି ସତ୍ୟ ଯୁଗର ଗଙ୍ଗା ତୁଳସୀ । କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ବାଲିସାହି ଗ୍ରାମର ପବିତ୍ର ଚିତ୍ରୋତ୍ପଳା ନଦୀ ପାର୍ଶ୍ୱରେ ରହିଛି ଏହି ବିରାଟ ତୁଳସୀ ଗଛ । ଗ୍ରାମର ବରିଷ୍ଠ ଲୋକଙ୍କ କହିବା ମୁତାବକ ବିଗତ ମହାବାତ୍ୟାରେ ଏହି ଗଛଟି ଭାଙ୍ଗିଯିବା ପରେ, ପୁନର୍ବାର ଏହାର ଆବିର୍ଭାବ ହୋଇଛି ।
ଶୁଣିବାକୁ ମିଳେ ଯେ, ବାତ୍ୟାରେ ଭାଙ୍ଗି ଯାଇଥିବା ଗଛର କାଠକୁ ଯେଉଁମାନେ ଜାଳିବା ପାଇଁ ନେଇଥିଲେ ସେମାନଙ୍କୁ ସ୍ୱପ୍ନାଦେଶ ହେଲା । ପରେ ସମସ୍ତେ ପୁନଃ ସେହି କାଠକୁ ନେଇ ଆସି ସେଠି ଗଦା କରିଥିଲେ । ରାତି ହେଲେ ତୁଳସୀ ଗଛର ବାସ୍ନା ଅନୁଭୂତ ହୁଏ । ଉଲ୍ଲେଖନୀୟ ଯେ, ପୁଣ୍ୟତୋୟା ଚିତ୍ରୋତ୍ପଳା ତଟରେ ଦେବୀ ଭଗବତୀ ଓ ବିଶେଶ୍ୱର ମହାଦେବଙ୍କ ମଧ୍ୟ ସ୍ଥଳରେ ଗୁପ୍ତ ଗଙ୍ଗା ଚିତ୍ରୋତ୍ପଳା ତଟରେ ଅବସ୍ଥିତ ଏହି ଅଲୌକିକ ଘଟଣାର ବ୍ୟାପକ ଆଲୋଚନା ହେଲେ ଏହାର ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସିପାରିବ ।