କଲ୍ଲୋଳରେ କମାଲ କଲେ ସିଙ୍ଗର ଦାନିସ୍

ଜଗତସିଂହପୁର (ରିତା ସାହୁ): କଲ୍ଲୋଳ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଧୁମ୍ ମଚାଇଲେ ଇଣ୍ଡିଆନ ଆଇଡ଼ଲର ପ୍ରସିଦ୍ଧ କଣ୍ଠଶିଳ୍ପୀ ମହମ୍ମଦ ଦାନିସ । ଦାନିସଙ୍କ ଗୋଟିଏ ପରେ ଗୋଟିଏ ଗୀତରେ ଦର୍ଶକ ମତୁଆଲା ହୋଇଥିବାବେଳେ ଗୀତର ତାଳେ ତାଳେ ଶହ ଶହ ଦର୍ଶକ ନାଚି ଖୁବ୍ ମଜା ନେଇଥିଲେ । ଏପରିକି ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଗୀତର ତାଳେ ତାଳେ ନାଚିଥିଲେ । ଅପରପକ୍ଷେ ମହମ୍ମଦ ଦାନିସ ଏହି ମହୋତ୍ସବରେ ସଙ୍ଗୀତ ପରିବେଷଣ କରି ବେଶ୍ ଖୁସି ଥିବା ପ୍ରକାଶ କରିବା ସହିତ ଜୟ ଜଗନ୍ନାଥ କହି ଓଡିଶା ପ୍ରତି ତାଙ୍କର ଭଲ ପାଇବା ସୃଷ୍ଟି ହେଲା ବୋଲି କହିଥିଲେ ।

ଏହି ଅବସରରେ ସେ ଜିଲ୍ଲାବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସାଂସ୍କୃତିକ ଦଳମାନଙ୍କ ଦ୍ୱାରା ଚିତାକର୍ଷକ କାର୍ଯ୍ୟକ୍ରମ କରାଯିବା ପରେ ଜିଲ୍ଲାପାଳ ପାରୁଲ ପଟାୱାରୀ କଳାକାରମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।