ଓଡିଶା କଳା ସଂସ୍କୃତି

ମନବାଞ୍ଛା ପୂରଣ କରନ୍ତି ଶୀତଳା ମାଁ

କୋଟପାଡ଼ (ସୁନୀଲ ଦାଶ): କୋରାପୁଟ ଜିଲ୍ଲା କୋଟପାଡ଼ ସହରରେ ରହିଛି ମାଁ ଶୀତଳା ଠାକୁରାଣୀଙ୍କ ପୀଠ । ଆସ୍ଥା ରହିଛି ଯେଉଁ ଭକ୍ତ ଏଠି ଆସି ମାଁଙ୍କ ଦର୍ଶନ କରି ନିଜର ମନସ୍କାମନା କହେ ମାଁ ତାର ସମସ୍ତ ଦୁଃଖ ହରଣ କରନ୍ତି । ସେଥିପାଇଁ ତ ବହୁ ସଂଖ୍ୟାରେ ଭକ୍ତ କାହିଁ କେଉଁ ଦୂରଦୂରାନ୍ତରରୁ ଧାଇଁ ଆସନ୍ତି ମାଁଙ୍କ ଦର୍ଶନ ପାଇଁ । ଖାଲି ରାଜ୍ୟ ନୁହେଁ ରାଜ୍ୟ ବାହାରୁ ତଥା, ଜାମ୍ମୁ କାଶ୍ମୀର, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଛତିଶଗଡ ଏବଂ ତେଲେଙ୍ଗାନା ଭଳି ବହୁ ଦୂର ଦୁରାନ୍ତରରୁ ଭକ୍ତ ମନସ୍କାମନା ନେଇ ମାଁଙ୍କ ପୀଠରେ ଦଣ୍ଡବତ ହୁଅନ୍ତି । ଆଉ ମାଁ ତାଙ୍କର ମନବାଞ୍ଛା ପୂରଣ ମଧ୍ୟ କରନ୍ତି ।

ଏହା ଏକ ପୁରାତନ ପୀଠ ଏବଂ ରାଜା ରାଜୁଡା ସମୟରୁ ଏଠାରେ ପାରମ୍ପରିକ ଢଙ୍ଗରେ ଧୁମଧାମରେ ସହ ପ୍ରତି ତିନିବର୍ଷରେ ଥରେ ପାଳିତ ହୁଏ ମାଁଙ୍କ କଳସ ଯାତ୍ରା । ଯେଉଁଥିରେ ଲକ୍ଷାଧିକ ସଂଖ୍ୟାରେ ଭକ୍ତଗଣ ଯୋଗ ଦିଅନ୍ତି । ଯେଉଁ ଭକ୍ତଙ୍କ ମନସ୍କାମନା ପୂର୍ତ୍ତି ହୁଏ ସେମାନେ ଏଠାକୁ ଆସି ମାଁଙ୍କ ଦର୍ଶନ କରିବା ସହ କଳସ ଯାତ୍ରାରେ ଯୋଗ ଦେଇ ମାଁଙ୍କ ଆଶିଷ ପ୍ରାପ୍ତ କରିଥାଆନ୍ତି ।

ମାଁଙ୍କ ଏହି ପୀଠରେ ପ୍ରତ୍ୟେକ ସଂକ୍ରାନ୍ତିରେ ଅନ୍ନ ଭୋଗ ଲାଗି ହୋଇଥାଏ । ଏଠାକୁ ଭକ୍ତ ଆସି ପ୍ରସାଦ ସେବନ କରିବା ସହ ନିଜ ମନରେ ରହିଥବା ସ୍ବପ୍ନ ଏବଂ କାମନାର ପୂର୍ତ୍ତି ପାଇଁ ମାଁଙ୍କ ନିକଟରେ ପ୍ରାର୍ଥନା କରନ୍ତି । ଚଳିତ ମକର ସଂକ୍ରାନ୍ତିରେ ଶୀତଳା ମାଁଙ୍କ ପୀଠରେ ଭକ୍ତଙ୍କ ବେଶ୍ ସମାବେଶ ଦେଖିବାକୁ ମିଳିଥିଲା l

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା