ଓଡିଶା

ଫାଣ୍ଡିରୁ ଥାନା ହେଲା ବେଗୁନିଆପଡା, ଭର୍ଚୁଆଲ ମୋଡ଼ରେ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ବେଗୁନିଆପଡା (ବାପୁନି କୁମାର ମାଲୁ): ରାଜ୍ୟରେ କାର୍ଯ୍ୟକ୍ଷମ ହେଲା ୨୯ଟି ନୂଆ ଥାନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୨୧ଟି ଜିଲ୍ଲାରେ ୨୯ଟି ନୂଆ ଥାନାର ଲୋକାର୍ପଣ କରିଛନ୍ତି । ନୂଆ ଥାନା ସହ ରାଜ୍ୟରେ ମୋଟ ଥାନା ସଂଖ୍ୟା ୭୦୮କୁ ବୃଦ୍ଧି ପାଇଛି । ଏଥିରେ ମେରାଇନ୍ ଓ ଏନର୍ଜି ଥାନା ମଧ୍ୟ ସାମିଲ ଅଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଉଦଘାଟିତ ହୋଇଯାଇଛି । 1993 ମସିହାରୁ କୋଦଳା ଥାନା ଅଧୀନରେ ଥିଲା ବେଗୁନିଆପଡା ଫାଣ୍ଡି । ଦୀର୍ଘଦିନ ହେବ ବେଗୁନିଆପଡା ଫାଣ୍ଡିକୁ ଥାନା ଘୋଷଣା କରିବା ନେଇ ବିଭିନ୍ନ ମହଲରେ ଦାବି ହୋଇ ଆସୁଥିଲା । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 2022 ମାର୍ଚ୍ଚରେ ବେଗୁନିଆପଡା ଫାଣ୍ଡିକୁ ଥାନା ଘୋଷଣା କରିଥିଲେ । ଯାହାକୁ ଗତକାଲି ବିଦ୍ଧିବଦ୍ଧ ଭାବେ ଭର୍ଚୁଆଲ ମୋଡ଼ରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ଏସ୍.ପି ଜଗମୋହନ ମିନା, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, କୋଦଳା ତହସିଲଦାର ସସ୍ମିତା ଶତପଥୀ, ବେଗୁନିଆପଡା ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀ, ଅତିରିକ୍ତ ଏସ୍.ପି ବିଜୟ କୁମାର ମଲ୍ଲିକ, ପୁରୁଷୋତ୍ତମପୁର ଏସ୍.ଡି.ପି.ଓ ରଞ୍ଜନ କୁମାର ସାମଲ, ରିଜର୍ଭ ଇନ୍ସପେକ୍ଟର ଅମୂଲ୍ୟ ସାହୁ, କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ, ବେଗୁନିଆପଡା ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ବେଗୁନିଆପଡା ବ୍ଲକ ଅଧକ୍ଷା ରେଣୁ ଗୌଡ଼, ଜିଲ୍ଲା ପରିଷଦ ସଭ୍ୟା ମଧୁମିତା ସାହୁ, ବେଗୁନିଆପଡା ପୂର୍ବତନ ଫାଣ୍ଡି ଅଧିକାରୀ ସଂଗ୍ରାମ କୁମାର ଦେହୁରୀଙ୍କ ସମେତ ବିଭିନ୍ନ ଥାନା ଅଧିକାରୀ, ପଞ୍ଚାୟତ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

ବେଗୁନିଆପଡା ଫାଣ୍ଡି ଏବେ ଥାନାରେ ପରିଣତ ହେବା ପରେ ଏଠାରେ ନୂତନ ଥାନା ଅଧିକାରୀ, ଜଣେ ଏସ୍ଆଇ, ଜଣେ କନେଷ୍ଟବଳ, ୨ ଜଣ ଗୃହରକ୍ଷୀ କାର୍ଯ୍ୟରେ ଯୋଗ ଦେବାସହ ମୋଟ ୧୪ଜଣ କର୍ମଚାରୀଙ୍କୁ ନେଇ ଥାନା କାର୍ଯ୍ୟ କରିବ ବୋଲି ଏସ୍.ପି ଜଗମୋହନ ମିନା ସୂଚନା ଦେଇଛନ୍ତି । ଏହାସହ ଥାନା ଅଧୀନରେ ୧୩ଟି ପଂଚାୟତ ଅନ୍ତର୍ଭୁକ୍ତ ହେବ ବୋଲି ନିର୍ଦେଶନାମା ଜାରି ହୋଇଛି।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା